Advertisment

ପ୍ରଭାସଙ୍କ ପ୍ରେମରେ ଉବୁଟୁବୁ କ୍ରିତି

ମୁୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ପ୍ରେମରେ ଉବୁଟୁବୁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍। ପ୍ରଭାସଙ୍କ ସହ ରିଲେସନ୍‌ଶିପ୍‌ରେ ଅଛନ୍ତି ଭେଡିଆ ଷ୍ଟାର୍। ଅପ୍‌କମିଂ ଫିଲ୍ମ ଆଦିପୁରୁଷର ଏହି ଯୋଡି ରିଲ୍ ଲାଇଫ୍ ମଧ୍ୟ ପରସ୍ପରକୁ କରୁଛନ୍ତି ଡେଟ୍। ଏକଥା ଆମେ କହୁନି, ଖୋଦ୍ ଅଭିନେତା ବରୁଣ ଧୱନ୍ ଏନେଇ ହିଣ୍ଟ ଦେଇଛନ୍ତି। ଏହି ଖବରକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ବରୁଣ ଓ କ୍ରିତି ସାନନ୍‌ଙ୍କ ଫିଲ୍ମ ଭେଡିଆ ରିଲିଜ ହୋଇଛି। ଏହି […]

ଅଦ୍ୟତନ ହୋଇଛି
ପ୍ରଭାସଙ୍କ ପ୍ରେମରେ ଉବୁଟୁବୁ କ୍ରିତି

kriti-sanon-and-prabhas-affair

Advertisment

ମୁୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ପ୍ରେମରେ ଉବୁଟୁବୁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍। ପ୍ରଭାସଙ୍କ ସହ ରିଲେସନ୍‌ଶିପ୍‌ରେ ଅଛନ୍ତି ଭେଡିଆ ଷ୍ଟାର୍। ଅପ୍‌କମିଂ ଫିଲ୍ମ ଆଦିପୁରୁଷର ଏହି ଯୋଡି ରିଲ୍ ଲାଇଫ୍ ମଧ୍ୟ ପରସ୍ପରକୁ କରୁଛନ୍ତି ଡେଟ୍। ଏକଥା ଆମେ କହୁନି, ଖୋଦ୍ ଅଭିନେତା ବରୁଣ ଧୱନ୍ ଏନେଇ ହିଣ୍ଟ ଦେଇଛନ୍ତି। ଏହି ଖବରକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍ ଧରିଛି।

Advertisment

ନିକଟରେ ବରୁଣ ଓ କ୍ରିତି ସାନନ୍‌ଙ୍କ ଫିଲ୍ମ ଭେଡିଆ ରିଲିଜ ହୋଇଛି। ଏହି ଫିଲ୍ମର ପ୍ରମୋସନ୍ ପାଇଁ ଡ୍ୟାନ୍ସ ରିଆଲିଟି ଶୋ’ ଝଲକ୍ ଦିଖଲାଜାରେ ପହଞ୍ଚିଥିଲେ ବରୁଣ ଓ କ୍ରିତି। ଏହି ସମୟରେ କରଣ ଜୋହରଙ୍କ ପ୍ରଶ୍ନର ଉତ୍ତରରେ ବରୁଣ ଏଭଳି କିଛି କହିଥିଲେ, ଯାହାକୁ ନେଇ ଏବେ ସୋଶାଲ ମିଡିଆ ଗୁଜବ ସୃଷ୍ଟି ହୋଇଛି।

ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ପ୍ରଭାସ ଓ କ୍ରିତି ସାନନଙ୍କ ସହ ଥିବା ସମ୍ପର୍କ ବିଷୟରେ ସୂଚିତ କରିଛନ୍ତି ବରୁଣ। ଶୋ’ର ହୋଷ୍ଟ କରଣ ଜୋହର ବରୁଣ ଧାୱନଙ୍କୁ ପଚାରିଛନ୍ତି, ‘କ୍ରିତିଙ୍କ ନାମ ଏଥିରେ କାହିଁକି ନଥିଲା? କରଣଙ୍କ ଏହି ପ୍ରଶ୍ନ ଉପରେ ବରୁଣ କୁହନ୍ତି, କ୍ରିତିଙ୍କ ନାମ ରଖାଯାଇ ନାହିଁ କାରଣ ତାଙ୍କ ନାମ କାହାର ହୃଦୟରେ ଅଛି। କରଣ ଏହା ଶୁଣିବା ମାତ୍ରେ କୁହନ୍ତି, କାହାର ହୃଦୟ? ବରୁଣ କୁହନ୍ତି, “ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁମ୍ବାଇରେ ନାହାଁନ୍ତି। ସେ ବର୍ତ୍ତମାନ ଦୀପିକାଙ୍କ ସହ ସୁଟିଂ କରୁଛନ୍ତି।’ ବରୁଣ ଏହା କହିବା ପରେ କ୍ରିତିଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ସ୍ମାଇଲ୍ ଦେଖିବାକୁ ମିଳିଛି।

Advertisment

https://twitter.com/Kiran2Jai/status/1596843370407940096?s=20&t=bFIjMV2QtwFzsQmRKmB2QQ

ବରୁଣଙ୍କ ଏହି ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବରୁଣ କଥାରୁ ସେ ଅଭିନେତା ପ୍ରଭାସଙ୍କ ଆଡକୁ ହିଣ୍ଟ ଦେଉଥିବା ଜଣାପଡୁଛି ବୋଲି ପ୍ରଶଂସକମାନେ ଭିଡିଓରେ କମେଣ୍ଟ କରି କହିଛନ୍ତି।

ପ୍ରଭାସ ଏବଂ କ୍ରିତି ଦୀର୍ଘ ସମୟ ଧରି ଏକ ସଂପର୍କରେ ଅଛନ୍ତି। ଏନେଇ ବହୁ ଦିନ ହେବ ଚର୍ଚ୍ଚା ହେଉଛି। ନିକଟରେ କ୍ରିତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପ୍ରଭାସଙ୍କୁ ଡାର୍ଲିଂ ବୋଲି କହିଥିଲେ। ହେଲେ ବର୍ତ୍ତମାନ ଦୁହେଁ ପ୍ରକୃତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ସେ ନେଇ ଉଭୟଙ୍କ ତରଫରୁ ଅଫିସିଆଲ୍ ରୂପେ କୌଣସି ସ୍ପଷ୍ଟ କରାଯାଇ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe