Advertisment

ଦିଗାଙ୍ଗନାଙ୍କୁ ଡିଜିଟାଲ ଡ଼ର

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ବୀରା ତଥା ଲୋକପ୍ରିୟ ଅଭିନତ୍ରେୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ । ସେ ଦୀର୍ଘ ଦିନ ହେବ ଟିଭି ଇଣ୍ଡଷ୍ଟ୍ରିଠାରୁ ଦୂରେଇ ବଡ ପରଦାରେ କାମ କରୁଛନ୍ତି । ୨୦୧୮ରେ ଫିଲ୍ମ ଜଳେବି ଓ ଫ୍ରାଇଡେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କ ମନ ଜିଣି ଦେଇଥିଲା। ଏହାପରେ ତାଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବା ପାଇଁ ଅଫର ହୋଇଥିଲା। ଦିଗାଙ୍ଗନା ଏବେ ଦୁଇଟି ବଡ ବଡ ସାଉଥ ଫିଲ୍ମ ଏବଂ […]

ଦିଗାଙ୍ଗନାଙ୍କୁ ଡିଜିଟାଲ ଡ଼ର

Digangana Suryavanshi

Advertisment

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ବୀରା ତଥା ଲୋକପ୍ରିୟ ଅଭିନତ୍ରେୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ । ସେ ଦୀର୍ଘ ଦିନ ହେବ ଟିଭି ଇଣ୍ଡଷ୍ଟ୍ରିଠାରୁ ଦୂରେଇ ବଡ ପରଦାରେ କାମ କରୁଛନ୍ତି । ୨୦୧୮ରେ ଫିଲ୍ମ ଜଳେବି ଓ ଫ୍ରାଇଡେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କ ମନ ଜିଣି ଦେଇଥିଲା। ଏହାପରେ ତାଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବା ପାଇଁ ଅଫର ହୋଇଥିଲା।

Advertisment

ଦିଗାଙ୍ଗନା ଏବେ ଦୁଇଟି ବଡ ବଡ ସାଉଥ ଫିଲ୍ମ ଏବଂ ଦୁଇଟି ବଲିଉଡରେ ଫିଲ୍ମରେ କାମ କରିଛନ୍ତି। ଏହି ଫିଲ୍ମଗୁଡିକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି । କିନ୍ତୁ ଏହି ଖୁସି ଭିତରେ ବି ତାଙ୍କୁ ଲାଗି ରହିଛି ଭୟ। କରୋନା ମହାମାରୀରେ ଲକଡାଉନ ଯୋଗୁଁ ଫିଲ୍ମ ହଲ୍ ସବୁ ବନ୍ଦ ରହିଛି । ଏଭଳି ସ୍ଥିତିରେ ତାଙ୍କ ଫିଲ୍ମ ଥିଏଟର ବଦଳରେ ଡିଜିଟାଲ ପ୍ଲାଟଫର୍ମରେ ଯେପରି ନହୁଏ ସେଥିପାଇଁ ଭୟ କରୁଛନ୍ତି ଦିଗାଙ୍ଗନା। କାରଣ ଓଟିଟି ପ୍ଲାଟଫର୍ମରେ ନିଜ ଫିଲ୍ମର ସଫଳତା ନେଇ ଆଶଙ୍କା କରୁଛନ୍ତି ସେ।

ବଲିଉଡରେ ନୂଆ କରି କ୍ୟାରିଆର ଆରମ୍ଭ କରୁଛନ୍ତି ଦିଗାଙ୍ଗନା। ସେ ତାଙ୍କ ଅପକମିଂ ଫିଲ୍ମକୁ ନେଇ କେତେ କ’ଣ ଭାବିଥିଲେ । ଫିଲ୍ମଟି ବଡ ପରଦାକୁ ଆସିବ। ହଜାର ହଜାର ସଂଖ୍ୟାରେ ଦର୍ଶକ ହଲ୍‌କୁ ଆସିବେ । ଫିଲ୍ମ ଦେଖିବେ, ଆଉ ତାଙ୍କ ଅଭିନୟକୁ ପ୍ରଶଂସା କରିବେ। ଖୁବ୍‌ଶୀଘ୍ର ବି-ଟାଉନ ଆଗଧାଡିର ନାୟିକାଙ୍କ ମଧ୍ୟରେ ସାମିଲ ହୋଇଯିବେ । କିନ୍ତୁ କରୋନା ଯୋଗୁଁ ହୋଇଥିବା ଲକଡାଉନ୍ ସବୁ ବିଗାଡି ଦେଇଛି । ସେ ଆଶଙ୍କା କରିଛନ୍ତି ତାଙ୍କ ଫିଲ୍ମ ଯେପରି ବିଗ୍ ସ୍କ୍ରିନ୍‌ରେ ରିଲିଜ ନହୋଇ ଡିଜିଟାଲରେ ରିଲିଜ ହୋଇଯିବ । ଏହା ହେଲେ ତାଙ୍କୁ ବଡ ଧରଣର ସଫଳତା ମିଳିବ ନାହିଁ ବୋଲି ସେ କହିଛନ୍ତି।

Advertisment

ସୂଚନା ମୁତାବକ ଦିଗାଙ୍ଗନା ସାଉଥରେ ‘ଭଲାୟମ’ ଏବଂ ବଲିଉଡରେ ‘ଦ ବ୍ୟାଟଲ ଅଫ୍ ଭୀମା କୋରେଗାଓଁ’ ଓ ‘ଡାର୍କ ପାଥ‘ ଫିଲ୍ମର ଅଂଶ । ଦିଗାଙ୍ଗନା ଟିଭି ସିରିଏଲ ‘ବୀର କି ଅରଦାସ୍‌’ରୁ ନିଜ ଅଭିୟନ କ୍ୟାରିଆର ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ବୀରା ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍ ରେ ଭାଗ ମଧ୍ୟ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe