ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରାଜେଡି କିଙ୍ଗ ଦିଲୀପ କୁମାର

ମୁମ୍ବାଇ: ବଲିଉଡର ଟ୍ରାଜେଡି କିଙ୍ଗଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା । ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । କୁହାଯାଉଛି ଯେ, ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଜଲାଲ ପାରକର ତାଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ଗତ ମାସରେ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ […]

Dillip Kumar

Dillip Kumar

Madhupriya Mistry
  • Published: Sunday, 06 June 2021
  • Updated: 06 June 2021, 11:30 AM IST

Sports

Latest News

ମୁମ୍ବାଇ: ବଲିଉଡର ଟ୍ରାଜେଡି କିଙ୍ଗଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା । ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । କୁହାଯାଉଛି ଯେ, ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଜଲାଲ ପାରକର ତାଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ମଧ୍ୟ ଗତ ମାସରେ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରୁଟିନ୍ ଚେକ୍‌ଅପ୍ ପାଇଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା, ଏନେଇ ତାଙ୍କ ପତ୍ନୀ ସାଏରା ବାନୋ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦିଲୀପ କୁମାରଙ୍କ ପ୍ରତି ମାସରେ ରୁଟିନ୍ ଚେକ୍‌ଅପ୍ ହୁଏ ।

ସୂଚନା ମୁତାବକ, କରୋନା ଯୋଗୁଁ ୯୮ ବର୍ଷୀୟ ଦିଲୀପ କୁମାର ଘରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପୂରା ସତର୍କତାର ସହ ରହୁଛନ୍ତି । କରୋନା ଯୋଗୁଁ ଚଳିତ ବର୍ଷ ସେ ନିଜ ଜନ୍ମ ଦିନ ମଧ୍ୟ ପାଳନ କରିନାହାନ୍ତି । ଗତ ୨୦୨୦ରେ କରୋନା ସଂକ୍ରମଣରେ ଦିଲୀପଙ୍କ ଦୁଇ ଭାଇଙ୍କ ଦେହାନ୍ତ ହୋଇଥିଲା । ତେଣୁ ଗତ ବର୍ଷ ମାର୍ଚ୍ଚ ମାସରୁ ପତ୍ନୀ ସାଏରା ବାନୋଙ୍କ ସହ ମିଶି ଦିଲୀପ କ୍ୱାରେଣ୍ଟାରଇନରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos