Advertisment

‘ରାମାୟଣ ଗୋଟିଏ, ତଥାପି କାହିଁକି ବାରମ୍ବାର ଭୁଲ୍‌ କରାଯାଉଛି?’

ନିଜ କର୍ମ ବ୍ୟସ୍ତତା ସହ ଆଦିପୁରୁଷକୁ ନେଇ ପ୍ରଚାର ହେଉଥିବା ନକରାତ୍ମକ ମନ୍ତବ୍ୟ ଯୋଗୁ ସେ ଏହାକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ବୋଲି କହିଛନ୍ତି ଦୀପିକା। ସୁଯୋଗ ମିଳିଲେ ବି ଏହା ଦେଖିବାକୁ ବି ସେ ସେପରି ଆଗ୍ରହୀ ନୁହନ୍ତି ବୋଲି ସଫା ସଫା କହିଛନ୍ତି।

ଅଦ୍ୟତନ ହୋଇଛି
Dipiaka & Prabhas

Dipiaka & Prabhas

Advertisment

‘ଆଦିପୁରୁଷ’ ଦେଖିବା ପୂର୍ବରୁ ଏହାର ମେକର୍ସଙ୍କ ଉପରେ ରାଗି ପାଚି ନିଆଁ ହୋଇଛନ୍ତି ଦୀପିକା ଚିଖଲିୟା । ଏଥିସହ ମେକର୍ସଙ୍କୁ ନୀତିବାଣୀ ଶୁଣାଇବାକୁ ବି ପଛାଇ ନାହାନ୍ତି ରାମନନ୍ଦ ସାଗରଙ୍କ ରାମାୟଣର ସୀତାମା’ ।

Advertisment

ଦୀପିକା କହିଛନ୍ତି, ରାମାୟଣ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ନୁହେଁ ଯେ ଏହାକୁ ନେଇ ବାରମ୍ବାର ଭୁଲ୍‌ କରାଯିବ । ରାମାୟଣ ତ ଗୋଟିଏ, ତାହାକୁ ନେଇ କାହିଁକି ଥରକୁ ଥର ଜାଣିଶୁଣି ଭୁଲ୍‌ କରାଯାଉଛି ବୋଲି କହିବା ସହ ସେ ଖୁବ୍‌ ଦୁଃଖ ପ୍ରକାଶ କରିଛନ୍ତି।

ଏଥିସହ ସେ କହିଛନ୍ତି, ରାମାୟଣକୁ ବଦଳାଇବାକୁ ଚେଷ୍ଟା କଲେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । ଏହା କେବଳ ଲୋକଙ୍କୁ ଦୁଃଖ ପହଞ୍ଚାଇବ, ମନୋରଞ୍ଜନ ଦେଇ ପାରିବ ନାହିଁ। ରାମାୟଣକୁ ନେଇ ଫିଲ୍ମ କିମ୍ବା ସିରିଏଲ କରିବା ପୂର୍ବରୁ ଭାବିବାକୁ ପଡ଼ିବ ଯେ, ଆପଣ ଆମ ସଂସ୍କୃତିର ନିର୍ମାଣ କରୁଛନ୍ତି।

Advertisment

ଆମେ ପ୍ରତି ବର୍ଷେ , ୨ ବର୍ଷ ବ୍ୟବଧାନରେ କାହିଁକି ରାମାୟଣ କରୁଛନ୍ତି ତାହା ବୁଝାପଡ଼ୁନି। ଏହା ଏପରି ଏକ ଗ୍ରନ୍ଥ ଯାହା ପୀଢ଼ି ପରେ ପୀଢ଼ି ଆମ ସହ ରହିବ । ତେଣୁ ଏହାକୁ ନେଇ ମନମାନୀ କରିବା ଉଚିତ ନୁହେଁ। କାରଣ ଏଥିରେ ଆମ ସଂସ୍କୃତି, ସଂସ୍କାର, ପରମ୍ପରା ପ୍ରତିଫଳିତ ହେଉଛି।

ନିଜ କର୍ମ ବ୍ୟସ୍ତତା ସହ ଆଦିପୁରୁଷକୁ ନେଇ ପ୍ରଚାର ହେଉଥିବା ନକରାତ୍ମକ ମନ୍ତବ୍ୟ ଯୋଗୁ ସେ ଏହାକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ବୋଲି କହିଛନ୍ତି ଦୀପିକା। ସୁଯୋଗ ମିଳିଲେ ବି ଏହା ଦେଖିବାକୁ ବି ସେ ସେପରି ଆଗ୍ରହୀ ନୁହନ୍ତି ବୋଲି ସଫା ସଫା କହିଛନ୍ତି।

ଆମେ ଯେବେ ରାମାୟଣ କରିଥିଲୁ, ଏହାକୁ ନେଇ ଟଙ୍କା ଉପାର୍ଜନ କରିବା ଆମର ଉଦ୍ଦେଶ୍ୟ ନ ଥିଲା। କାରଣ ଏଥିରୁ ବହୁ କିଛି ଶିଖିବାର ଅଛି। ଏହାର ସବୁ ଚରିତ୍ର ପୂଜା ପାଇବା ଯୋଗ୍ୟ ବୋଲି ସେ କହିଛନ୍ତି।

 ପ୍ରଭାସ ଓ କ୍ରିତି ସାନନ୍‌ଙ୍କ ଅଭିନୀତ ଆଦିପୁରୁଷ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ୩ ଦିନ ଏହା ଖୁବ୍‌ ଭଲ ରୋଜଗାର କରିଥିଲା। ତେବେ ଏହାର କିଛି ଡାଏଲଗକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରୁଛନ୍ତି । ଇତି ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ ମୁହଁମାଡ଼ି ପଡ଼ିଥିବା ବେଳେ ପ୍ରଭାସଙ୍କ ଯାଦୁ ବି କାମ ଦେଲା ପରି ଲାଗୁନି।

Prabhas Ramayan Artist Adipurush
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe