Advertisment

ପରଲୋକରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ

୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Director Kumar Shahani

Director Kumar Shahani

Advertisment

ପରଲୋକରେ ଜାତୀୟ ଚଳଚ୍ଚିତ୍ର ପରୁସ୍କାର ପ୍ରାପ୍ତ ନିର୍ଦ୍ଦେଶକ କୁମାର ଶାହାନି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କୋଲକାତାର ଏକ ହସ୍ପିଟାଲରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ଶାହାନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବୈଶିଷ୍ଟ କହିଛନ୍ତି।

Advertisment

ସୂଚନା ମୁତାବକ ନିର୍ଦ୍ଦେଶକ କୁମାର ଶାହାନି ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ହେଲେ ଗତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥଇଲା। ତାଙ୍କୁ କୋଲକାତାର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ବି-ଟାଉନ୍‌ରେ ଶୋକର ଛାୟା ଖେଳି ଯାଇଛି।

କୁମାର ଶାହାନି ନିର୍ମଳ ବର୍ମାଙ୍କ କାହାଣୀ ଉପରେ ଆଧାରିତ ‘ମାୟା ଦର୍ପଣ’ ନିର୍ମାଣ କରିଥିଲେ। ଏହି ଫିଲ୍ମଟି ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ସେ ‘ତରଙ୍ଗ’, ‘ଖିଆଲ ଗାଥା’, ‘କସବା’ ଏବଂ ‘ଚାର ଅଧ୍ୟାୟ’ ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Advertisment

ସେ କେବଳ ଜାତୀୟ ଚଳଚ୍ଚିତ୍ର ପରୁସ୍କାର ନୁହେଁ ଭିନ୍ନ ଭିନ୍ନ ସମୟରେ ତିନୋଟି ଫିଲ୍ମ ଫେୟାର ଆଓ୍ୱାର୍ଡ ମଧ୍ୟ ଜିତିଛନ୍ତି। ୧୯୭୩ରେ ରିଲିଜ ହୋଇଥିବା ଫିଲ୍ମ 'ମାୟା ଦର୍ପଣ', ୧୯୯୦ରେ 'ଖିଆଲ ଗାଥା' ଓ ୧୯୯୧ରେ 'କସବା' ପାଇଁ ତାଙ୍କୁ ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିଥିଲେ।

କୁମାର ଶାହାନି ଜଣେ ଭଲ ନିର୍ଦ୍ଦେଶକ ହେବା ସହ ଜଣେ ଭଲ କାହାଣୀ ଲେଖକ ମଧ୍ୟ ଥିଲେ। ସେ ‘ଦ ସେକ୍‌ ଅଫ ଡିଜାୟର ଆଣ୍ଡ ଅଦର ଏସେଜ’ ଭଳି ପୁସ୍ତକ ଲେଖିଛନ୍ତି।। କାହାଣୀ ଲେଖିବାର ଅନନ୍ୟ ଶୈଳୀ ପାଇଁ କୁମାର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

Director Kumar Shahani Dies Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe