ଅଭିନେତ୍ରୀଙ୍କ ପାଦ ଚାଟିଲେ ରାମ ଗୋପାଲ

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ଦିନ ଥିଲା ସେ ନିଜର ଫିଲ୍ମକୁ ନେଇ ବେଶ୍ ସଫଳତା ପାଇଥିଲେ। ହେଲେ ବହୁଦିନ ହେବ ତାଙ୍କର କୌଣସି ବଲିଉଡ ଫିଲ୍ମ ଆସିନାହିଁ। ତେବେ ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। କେତେବେଳେ ନିଜ ବୟାନକୁ ନେଇ ବିବାଦରେ ଫସୁଛନ୍ତି ତ ଆଉ କେତେବେଳେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ୍ ହେବାର ଭିଡିଓ ସାମ୍ନାକୁ ଆସୁଛି। […]

Ram Gopal Varma

Madhupriya Mistry
  • Published: Thursday, 08 December 2022
  • , Updated: 08 December 2022, 01:13 PM IST

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ଦିନ ଥିଲା ସେ ନିଜର ଫିଲ୍ମକୁ ନେଇ ବେଶ୍ ସଫଳତା ପାଇଥିଲେ। ହେଲେ ବହୁଦିନ ହେବ ତାଙ୍କର କୌଣସି ବଲିଉଡ ଫିଲ୍ମ ଆସିନାହିଁ। ତେବେ ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। କେତେବେଳେ ନିଜ ବୟାନକୁ ନେଇ ବିବାଦରେ ଫସୁଛନ୍ତି ତ ଆଉ କେତେବେଳେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ୍ ହେବାର ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ନେଇ ସେ ଟ୍ରୋଲର୍ସଙ୍କ ଟାର୍ଗେଟ୍‌ରେ ରହୁଛନ୍ତି। ଏବେ ପୁଣିଥରେ ରାମ ଗୋପାଲ ବର୍ମାଙ୍କ ଏଭଳି ହିଁ କିଛି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ସେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି।

ଆଗକୁ ତାଙ୍କର ତେଲୁଗୁ ଫିଲ୍ମ ‘ଡେଞ୍ଜରସ୍‌’ ଆସୁଛି। ଏହି ଫିଲ୍ମର ଜୋରସୋର୍ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ରାମ ଗୋପାଲ। ତେବେ ଫିଲ୍ମ ପ୍ରମୋସନ ବେଳେ ସେ କରି ବସିଛନ୍ତି ଭୁଲ୍। ସେ ନିଜ ଉପରେ ଆଉ କରିପାରିନାହାନ୍ତି କଣ୍ଟ୍ରୋଲ। କ୍ୟାମେରା ଆଗରେ ସେ ଅଭିନେତ୍ରୀଙ୍କ ଗୋଡ ତଳେ ବସି ତାଙ୍କ ପାଦକୁ କିସ୍ କରିଛନ୍ତି। ଏହାପରେ ତାଙ୍କର ପାଦର ଆଙ୍ଗୁଠିକୁ ଚାଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ରାମ ଗୋପାଲ ବର୍ମା ଅଭିନେତ୍ରୀ ଆଶୁ ରେଡ୍ଡିଙ୍କ ସହ ଟ୍ୱିଟର୍‌ରେ ଏକ ଭିଡିଓ ଶେଆର କରିଛନ୍ତି। ଏହି ଭିଡିଓକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ଅପେକ୍ଷା କର...। ଭିଡିଓରେ ରାମ ଗୋପାଲ ଅଭିନେତ୍ରୀଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଗୋଡ ତଳେ ବସି ପଡୁଛନ୍ତି। ଏହାପରେ ଅଭିନେତ୍ରୀ ଆଶୁ ରେଡ୍ଡିଙ୍କ ପାଦ ଧରି ତାଙ୍କୁ ଆଉଁସୁଛନ୍ତି। ପରେ ତାଙ୍କ ପାଦକୁ କିସ୍ କରି ପକାଉଛନ୍ତି ଓ ଆଙ୍ଗୁଠିଗୁଡିକୁ ଚାଟୁଛନ୍ତି। ନିର୍ଦ୍ଦେଶକଙ୍କ ଏଭଳି ସ୍ୱଭାବ ଦେଖି ଆଶୁ ରେଡ୍ଡି ମଧ୍ୟ ଚକିତ ହୋଇପଡୁଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାମ ଗୋପାଲ ବର୍ମାଙ୍କୁ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି। ୟୁଜର୍ସମାନେ କହିଛନ୍ତି, ଫିଲ୍ମ ପ୍ରମୋସନ ପାଇଁ ନିର୍ଦ୍ଦେଶକ ହୀନ ପବ୍ଲିସିଟି ଷ୍ଟଣ୍ଟ କରୁଛନ୍ତି। ସେହିପରୁ ଆଉ ଜଣେ କହିଛନ୍ତି ସୀମା ଟପିଛନ୍ତି ରାମ ଗୋପାଲ।

ଆସନ୍ତାକାଲି ରାମ ଗୋପାଲଙ୍କ ଅପ୍‌କମିଂ ଫିଲ୍ମ ‘ଡେଞ୍ଜରେସ୍‌’ ରିଲିଜ ହେବ। ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅପସରା ରାଣୀ ଓ ନୈନା ଗାଙ୍ଗୁଲି ଅଛନ୍ତି। ଫିଲ୍ମଟି ହୋମୋ ସେସ୍କୁଆଲିଟି ଉପରେ ଆଧାରିତ। ଫିଲ୍ମରେ ଦୁଇ ଅଭିନେତ୍ରୀ ଲେସବିଆନ୍ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Ashu Reddy (@ashu_uuu)

Related story