Advertisment

ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍‌ କରାଯାଇଛି।

author-image
Madhupriya Mistry
Shubhas Ghai

Shubhas Ghai

ବଲିଉଡର ବରିଷ୍ଠ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। ହଠାତ୍‌ ସେ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍‌ କରାଯାଇଛି।

Advertisment

ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁଭାଷ ଘାଇ ବର୍ତ୍ତମାନ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ନିରୀକ୍ଷଣରେ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ଆସିଥିବା ଜଣାଯାଇଛି। ଗୋଟିଏ ଦିନ ଆଇସିୟୁ ରହିବା ପରେ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି। ସେପଟେ ତାଙ୍କ ଟିମ୍‌ଙ୍କ କହିବା ମୁତାବକ, ତାଙ୍କୁ ନିୟମିତ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୁଭାଷ ଘାଇ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। 'କାଲିଚରନ୍', 'କରଜ', 'ହିରୋ', 'ବିଧାତା', 'ମେରୀ ଜଙ୍ଗ', 'କରିଶ୍ମା', 'ରାମ ଲକ୍ଷ୍ମଣ', 'ସୌଦାଗର', 'ଖଳନାୟକ', 'କ୍ଷମା' ଭଳି ଅନେକ ଫିଲ୍ମର ନିର୍ମାଣ କରିଛନ୍ତି।

Advertisment

୧୯୭୬ରୁ ସୁଭାଷ ଘାଇ ଫିଲ୍ମ ନିର୍ଦ୍ଦେଶନା କରୁଛନ୍ତି। ସୁଭାଷ ଘାଇ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। 'ତାଲ୍' ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ। ସେ ଶେଷ ଥର ପାଇଁ ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ 'କାଞ୍ଚି'ର ନିର୍ଦ୍ଦେଶନା ଦେଇଥିଲେ।

Bollywood Subhash Ghai Hospitalised