‘ଅନ୍ଧ, ମୁକ, ବଧିର ପାଲଟି ଯାଇଛି କି ବଲିଉଡ?’

ମୁମ୍ବାଇ: ଦ କଶ୍ମୀର ଫାଇଲ୍ସ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜ ବୟାନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ହିନ୍ଦୀ ସିନେମାର ବଦଳୁଥିବା ଟ୍ରେଣ୍ଡକୁ ନେଇ ମତ ରଖିଛନ୍ତି ବି-ଟାଉନ୍‌ର ଏହି ଫେମସ ନିର୍ଦ୍ଦେଶକ। ଏଥିସହ ବଲିଉଡ ଉପରେ ସେ ଜୋରଦାର ବର୍ଷିଛନ୍ତି। ପ୍ରକୃତରେ ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ବିଗ୍ ବଜେଟ୍ ଫିଲ୍ମଗୁଡିକ ସେତେଟା ଭଲ ପ୍ରଦର୍ଶନ କରିନି। କିନ୍ତୁ ଛୋଟ ବଜେଟ୍‌ର ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବା ସହ […]

vivek-agnihotri

vivek-agnihotri

Madhupriya Mistry
  • Published: Saturday, 29 October 2022
  • Updated: 29 October 2022, 03:24 PM IST

Sports

Latest News

ମୁମ୍ବାଇ: ଦ କଶ୍ମୀର ଫାଇଲ୍ସ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜ ବୟାନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ହିନ୍ଦୀ ସିନେମାର ବଦଳୁଥିବା ଟ୍ରେଣ୍ଡକୁ ନେଇ ମତ ରଖିଛନ୍ତି ବି-ଟାଉନ୍‌ର ଏହି ଫେମସ ନିର୍ଦ୍ଦେଶକ। ଏଥିସହ ବଲିଉଡ ଉପରେ ସେ ଜୋରଦାର ବର୍ଷିଛନ୍ତି।

ପ୍ରକୃତରେ ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ବିଗ୍ ବଜେଟ୍ ଫିଲ୍ମଗୁଡିକ ସେତେଟା ଭଲ ପ୍ରଦର୍ଶନ କରିନି। କିନ୍ତୁ ଛୋଟ ବଜେଟ୍‌ର ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବା ସହ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଛି। ଏଥିରେ ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ମଧ୍ୟ ସାମିଲ ଅଛି। ଏଭଳି ପରିସ୍ଥିତିରେ ବିବେକ ଅଗ୍ନିହୋତ୍ରୀ ବଲିଉଡକୁ ଚଳଚ୍ଚିତ୍ରର ସରଳ ଗଣିତ ବୁଝିବାକୁ ପରାମର୍ଶ ଦେଇଛନ୍ତି।

https://twitter.com/vivekagnihotri/status/1586029305351790592?s=20&t=BmHwflvDzjP6rJX_WP6Meg

ବିବେକ ଅଗ୍ନିହୋତ୍ରୀ ତାଙ୍କ ଟ୍ୱିଟରେ ୪ଟି ଛୋଟ ବଜେଟ୍ ଫିଲ୍ମ ବିଷୟରେ ଉଲ୍ଲେଖ କରି ବଲିଉଡକୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି - ୪ଟି ଛୋଟ ଫିଲ୍ମ, ଯେଉଁଥିରେ ନା ବଡ ବଡ ଷ୍ଟାର୍‌ମାନେ ଅଛନ୍ତି, ନା ଫିଲ୍ମର ପ୍ରମୋସନ କରାଯାଇଛି। ଦ କଶ୍ମୀର ଫାଇଲ୍ସ, କାର୍ତ୍ତିକେୟ, କାନ୍ତାରା ଏବଂ ରକେଟ୍ରି ବକ୍ସ ଅଫିସରେ ପ୍ରାୟ ୮୦୦ କୋଟି ବ୍ୟବସାୟ କରିଥିଲା। ଏହି ୪ ଟି ଫିଲ୍ମ ନିର୍ମାଣରେ ମୋଟ ୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବିବେକ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି, ବଲିଉଡ ଅନ୍ଧ, ମୁକ ବଧିର ପାଲଟି ଯାଇଛି କି? ବଲିଉଡକୁ ଶୁଣାଯାଉନିି କି ଦେଖାଯାଉନି କି? ସରଳ ଗଣିତ ଶିଖୁ ନାହାନ୍ତି କି ବୁଝିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ରେକର୍ଡ ବ୍ୟବସାୟ କରିଥିଲା। ୧୫ କୋଟି ଟଙ୍କା ଖର୍ଚ୍ଚରେ ତିଆରି ଏହି ଫିଲ୍ମ ୱର୍ଲ୍ଡ ୱାଇଡ୍ ୩୪୧ କୋଟି ଟଙ୍କାର ବ୍ୟବସାୟ କରିଥିଲା। ସେହିପରି କାର୍ତ୍ତିକେୟ-୨, ରକେଟ୍ରି ଓ କାନ୍ତାରାର କାହାଣୀ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହି ଫିଲ୍ମଗୁଡିକ ମଧ୍ୟ ବକ୍ସ ଅଫିସରେ ଧୂଆଁଧାର ବ୍ୟବସାୟ କରିଛି। କାନ୍ତାରା ଫିଲ୍ମକୁ ଏବେ ବି ଥିଏଟର୍‌ରେ ଭଲ ରେସପନ୍ସ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story