Advertisment

ଟିକା ନେଲେ, ଟ୍ରୋଲ୍ ହେଲେ

ମୁମ୍ବାଇ: ଚାରିଆଡ଼େ ବଢ଼ି ଚାଲିିଛି କରୋନା ମାମଲା । ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି କରୋନାର ଦ୍ୱିତୀୟ ଲହର । ଏହାକୁ ମାତ୍ ଦେବା ପାଇଁ ଦେଶରେ ଟିକା କରଣ ମଧ୍ୟ ଜାରି ରହିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାର ଓ ସେଲେବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି । ଏହି ତାଲିକାରେ ଏବେ ପ୍ରଡ୍ୟୁସର ତଥା ଅଭିନେତ୍ରୀ ଦିବ୍ୟା ଖୋସଲା […]

ଅଦ୍ୟତନ ହୋଇଛି
ଧୂମ ମଚାଉଛି ଦିବ୍ୟା ଖୋସଲାଙ୍କ ନୂଆ ମ୍ୟୁଜିକ୍‌ ଭିଡିଓ

divya

Advertisment

ମୁମ୍ବାଇ: ଚାରିଆଡ଼େ ବଢ଼ି ଚାଲିିଛି କରୋନା ମାମଲା । ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି କରୋନାର ଦ୍ୱିତୀୟ ଲହର । ଏହାକୁ ମାତ୍ ଦେବା ପାଇଁ ଦେଶରେ ଟିକା କରଣ ମଧ୍ୟ ଜାରି ରହିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାର ଓ ସେଲେବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି । ଏହି ତାଲିକାରେ ଏବେ ପ୍ରଡ୍ୟୁସର ତଥା ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ନାଁ ମଧ୍ୟ ସାମିଲ୍ ହୋଇଛି ।

Advertisment

ନିକଟରେ ଅଭିନେତ୍ରୀ ଦିବ୍ୟା କରୋନା ଟିକା ନେଇଛନ୍ତି । ତେବେ ଟିକା ନେଇ ସେ ସୋଶାଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ଦିବ୍ୟା ଟିକା ନେବା ବେଳେ ନିଜ ମୁହଁରୁ ମାସ୍କ କାଢ଼ି ଦେଇଥିଲେ । ସେ ମାସ୍କ କାଢ଼ି ଟିକା ନେଇଥିଲେ । ଟିକା ନେବା ବେଳର ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି, ଯାହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ୟୁଜର୍ସମାନେ ତାଙ୍କୁ ଟିକାକରଣ କେନ୍ଦ୍ରରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ଆଉ କେତେଜଣ ତାଙ୍କୁ ଟିକା ନେବା ବେଳେ ମାସ୍କ କାହିଁକି ବାହାର କରିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହା ଜମାରୁ ସୁରକ୍ଷିତ ନୁହେଁ । କରୋନା ଭୟଙ୍କର ଦ୍ୱିତୀୟ ଲହରରେ ନିୟମ ମାନି ଚଳିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।

Advertisment

ନିକଟରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅନୁପମ ଖେର ଏବଂ ଫିଲ୍ମ ନିର୍ମାତା ତରୁଣ ମାନସୁକି ମଧ୍ୟ ସେମାନଙ୍କର କରୋନା ଟିକାର ସକେଣ୍ଡେ ଡୋଜ ନେଇଛନ୍ତି। ଟିକାର ଦ୍ୱିତୀୟ ଡୋଜ ନେବା ପରେ ଇନଷ୍ଟାଗ୍ରାମରେ ପ୍ରିତି ଜିଣ୍ଟା ମଧ୍ୟ ଏକ ଫଟୋ ସେୟାର କରିଥିଲେ । ଏଥିସହ ସମସ୍ତଙ୍କୁ ଟିକା ନେବାକୁ ସେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଲକଡାଉନ୍ ଲାଗୁ ହୋଇଛି । ଏଥିସହ ଗତ ମାସରେ ମହାରାଷ୍ଟ୍ର ସରକାର ୧୮-୪୪ ବର୍ଷ ବୟସର ଲୋକଙ୍କୁ ଟିକା ପ୍ରଦାନ କରିବାକୁ ଘୋଷଣା କରିଥିଲେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe