Advertisment

ତାପସୀ କହିଲେ- ମୋ ଫିଲ୍ମକୁ ବୟକଟ୍‌ କରିଦିଅ

ମୁମ୍ବାଇ: ସୋଶାଲ ମିଡିଆରେ ଏବେ ଚାଲିଛି ‘ବୟକଟ୍‌’ ଟ୍ରେଣ୍ଡ। ବଲିଉଡର ଅଧିକାଂଶ ଫିଲ୍ମକୁ ଏବେ ବୟକଟ୍‌ କରାଯାଉଛି। କିଛି ସୋଶାଲ ମିଡିଆ ୟୁଜର୍ସ ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ଓ ରଣବୀର କପୁରଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରୁଛନ୍ତି। ତେବେ ଏହି ତାଲିକାରେ ଏବେ ସାମିଲ ହେବାକୁ ନିଜ ଆଡୁ ମନ ବଳାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ତାଙ୍କ ଫିଲ୍ମକୁ ମଧ୍ୟ ଏହି ବୟକଟ୍‌ ଟ୍ରେଣ୍ଡରେ ସାମିଲ କରିବାକୁ ସେ […]

author-image
Sonali Kabi
ଅଦ୍ୟତନ ହୋଇଛି
ତାପସୀ କହିଲେ- ମୋ ଫିଲ୍ମକୁ ବୟକଟ୍‌ କରିଦିଅ

Tapsi pannu

ମୁମ୍ବାଇ: ସୋଶାଲ ମିଡିଆରେ ଏବେ ଚାଲିଛି 'ବୟକଟ୍‌' ଟ୍ରେଣ୍ଡ। ବଲିଉଡର ଅଧିକାଂଶ ଫିଲ୍ମକୁ ଏବେ ବୟକଟ୍‌ କରାଯାଉଛି। କିଛି ସୋଶାଲ ମିଡିଆ ୟୁଜର୍ସ ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ଓ ରଣବୀର କପୁରଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରୁଛନ୍ତି। ତେବେ ଏହି ତାଲିକାରେ ଏବେ ସାମିଲ ହେବାକୁ ନିଜ ଆଡୁ ମନ ବଳାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ତାଙ୍କ ଫିଲ୍ମକୁ ମଧ୍ୟ ଏହି ବୟକଟ୍‌ ଟ୍ରେଣ୍ଡରେ ସାମିଲ କରିବାକୁ ସେ କରିଛନ୍ତି ଅପିଲ୍‌।

Advertisment

ଆସୁଛି ଅପ୍‌କମିଂ ଫିଲ୍ମ 'ଦୋବାରା'। ଆସନ୍ତା ୧୯ ତାରିଖରେ ଫିଲ୍ମଟି ପରଦାକୁ ଆସିବ। ତେବେ ଏହା ପୂର୍ବରୁ ଫିଲ୍ମର ଜୋରସୋରେ ପ୍ରମୋସନ ଚଳାଇଛନ୍ତି ଅଭିନେତ୍ରୀ ତପସୀ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ଦୁହେଁ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ଏହି ଫିଲ୍ମଟି କିଭଳି ଟ୍ରେଣ୍ଡିଂରେ ରହିବେ ସେ ନେଇ ଦୁହେଁ ଚିନ୍ତିତ ହୋଇପଡିଛନ୍ତି। ଆଉ ଏଥିପାଇଁ କରୁଛନ୍ତି ପ୍ଲାନିଂ।

EXCLUSIVE: Anurag Kashyap and Taapsee Pannu's Dobaaraa (2:12) is 2:12 hours long; even the trailer's runtime is 2:12 minutes : Bollywood News - Bollywood Hungama

ନିକଟରେ ଫିଲ୍ମର ଏକ ପ୍ରମୋସନ ବେଳେ ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁ କ୍ୟାନ୍‌ସେଲ କଲଚର୍‌ ଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବୟକଟ୍‌ ଟ୍ରେଣ୍ଡିଂ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଅନୁରାଗ ଦୟାକରି ମୋ ଫିଲ୍ମକୁ ବୟକଟ୍‌ କରି ଟ୍ୱିଟରରେ ଟ୍ରେଣ୍ଡ୍‌ କରନ୍ତୁ ବୋଲି ମଜାଳିଆ ଢ଼ଙ୍ଗରେ କହିଥିଲେ।

Advertisment

ଅନୁରାଗ୍‌ଙ୍କ କଥା ଶୁଣି ତପସୀ ପନ୍ନୁ ମଧ୍ୟ ହଁ, ପ୍ଲିଜ୍‌ 'ବୟକଟ୍ ଦୋବାରା' ଟ୍ରେଣ୍ଡ୍‌ କରିଦିଅନ୍ତୁ। ଆମେ ବି ଟ୍ୱିଟରରେ ଟ୍ରେଣ୍ଟିଂରେ ରହିବାକୁ ଚାହୁଁଛୁ। ଯଦି ଅମୀର ଖାନ୍ ଓ ଅକ୍ଷୟ କୁମାର ବୟକଟ୍ ହୋଇପାରୁଛନ୍ତି,ତେବେ ମୁଁ ମଧ୍ୟ ଏହି ତାଲିକାରେ ସାମିଲ୍ ହେବାକୁ ଚାହୁଁଛି ବୋଲି କହିଥିଲେ।’ ଏହା ପରେ ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁ ଉଭୟ ମିଳିତ ଭାବରେ 'ଫିଲ୍ମ ଦେଖନ୍ତୁ କି ନ ଦେଖନ୍ତୁ କିନ୍ତୁ ବୟକଟ୍ କରିଦିଅନ୍ତୁ' କହିଥିଲେ। ଦୁହିଁଙ୍କ ଅପିଲ୍‌କୁ ଦୃଷ୍ଟିରେ ରଖିଲେ ପବ୍ଲିସିଟ୍ ଉୟଭ ଏଭଳି ବାଟ ଆପଣାଇ ଥିବା ଆଶଙ୍କା କରାଯାଉଛି।