Advertisment

ଘରୋଇ ହିଂସା ମାମଲା: ହାଜର ହେଲେନି ହନି ସିଂ

ମୁମ୍ବାଇ: କୋର୍ଟରେ ହାଜର ହେଲେନି ବଲିଉଡର ପ୍ରସିଦ୍ଧ ରାପର ୟୋ ୟୋ ହନି ସିଂ। ତାଙ୍କ ବରୋଧରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଘରୋଇ ହିଂସା ଅଭିଯୋଗ ମାମଲାର ଆଜି କୋର୍ଟରେ ଶୁଣାଣି ଥିଲା। ତେବେ ହନି ସିଂ ଏହି ଶୁଣାଣି ବେଳେ କୋର୍ଟରେ ହାଜର ହୋଇ ନାହାନ୍ତି। ସୂଚନା ମୁତାବକ, ଗତ କିଛି ଦିନ ତଳେ ହନି ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଶାଲିନୀ ତଲୱାର ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଘରୋଇ ହିଂସାରେ ମହିଳା […]

ଘରୋଇ ହିଂସା ମାମଲା: ହାଜର ହେଲେନି ହନି ସିଂ

Honey Singh

Advertisment

ମୁମ୍ବାଇ: କୋର୍ଟରେ ହାଜର ହେଲେନି ବଲିଉଡର ପ୍ରସିଦ୍ଧ ରାପର ୟୋ ୟୋ ହନି ସିଂ। ତାଙ୍କ ବରୋଧରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଘରୋଇ ହିଂସା ଅଭିଯୋଗ ମାମଲାର ଆଜି କୋର୍ଟରେ ଶୁଣାଣି ଥିଲା। ତେବେ ହନି ସିଂ ଏହି ଶୁଣାଣି ବେଳେ କୋର୍ଟରେ ହାଜର ହୋଇ ନାହାନ୍ତି।

Advertisment

ସୂଚନା ମୁତାବକ, ଗତ କିଛି ଦିନ ତଳେ ହନି ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଶାଲିନୀ ତଲୱାର ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଘରୋଇ ହିଂସାରେ ମହିଳା ସୁରକ୍ଷା ଆଇନ ୨୦୦୫ ଅନୁଯାୟୀ ଦିଲ୍ଲୀ ତିସହଜାରୀ କୋର୍ଟରେ ସେ ମାମଲା ଦାୟର କରିଥିଲେ। ଏହି ମାମଲାର ଆଜି ଶୁଣାଣି ଥିଲା। ତେବେ ଶୁଣାଣି ବେଳେ କିନ୍ତୁ ହନି ସିଂ ହାଜର ହୋଇ ନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନିଆ ସିଂ କହିଛନ୍ତି, 'କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି। ଏହି ମାମଲାକୁ କିପରି ଏତେ ହାଲୁକା ଭାବେ ନିଆଯାଉଛି? '

Advertisment

ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ହନି ସିଂଙ୍କ ଓକିଲଙ୍କୁ କହିଛନ୍ତି ଯେ 'ହନି ସିଂ ହାଜର ହୋଇନାହାଁନ୍ତି। ଆପଣ ତାଙ୍କର ମାସିକ ଆୟର ଆଫିଡେଭିଟ୍ ମଧ୍ୟ ଦାଖଲ କରିନାହାଁନ୍ତି ଏବଂ ଯୁକ୍ତି ସହିତ ପ୍ରସ୍ତୁତ ନୁହଁନ୍ତି।' ଏଥିସହ ବିଚାରପତି ହନି ସିଂଙ୍କୁ କୋର୍ଟରେ ହାଜର ହେବାକୁ ଶେଷ ସୁଯୋଗ ଦେଇଛନ୍ତି। ଏଭଳି ଆଚରଣର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତାଗିଦ ମଧ୍ୟ କରିଛନ୍ତି।

ସେପଟେ ହନି ସିଂଙ୍କ ଓକିଲଙ୍କ କହିବା ମୁତାବକ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏଥିପାଇଁ ସେ ଆଜି କୋର୍ଟକୁ ଆସିପାରି ନାହାନ୍ତି। ତେବେ ପରବର୍ତ୍ତୀ ଶୁଣାଣିରେ ସେ ନିଶ୍ଚିତ ହାଜର ହେବେ ବୋଲି ହନି ସିଂଙ୍କ ଓକିଲ କୋର୍ଟକୁ କଥା ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩ ତାରିଖରେ ହେବ।

ସୂଚନା ମୁତାବକ ଅଗଷ୍ଟ ୩ ତାରିଖରେ ହନି ସିଂଙ୍କ ପତ୍ନୀ ଶାଲିନୀ ତଲୱାର ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏନେଇ ସେ ତିସ ହଜାରୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନିଆ ସିଂଙ୍କ ସମକ୍ଷରେ ମାମଲା ରଜୁ କରିଥିଲେ। ଏହାପରେ ହନି ସିଂଙ୍କୁ ୨୮ ଅଗଷ୍ଟ ଭିତରେ ନିଜର ଜବାବ ଦାଖଲ କରିବାକୁ ନୋଟିସ ଜାରି କରାଯାଇଥିଲା।

https://twitter.com/ANI/status/1431478285049892864?s=20

https://twitter.com/ANI/status/1431481903777910785?s=20

Honey Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe