/odisha-reporter/media/post_attachments/uploads/2022/11/shriya-saran.jpg)
shriya-saran
ମୁମ୍ବାଇ: ସାଉଥ ସିନେମାର ପପୁଲାର ଅଭିନେତ୍ରୀ ତଥା ଦୃଶ୍ୟମ ଅଭିନେତ୍ରୀ ଶ୍ରେୟା ସରନ୍। ନିଜର ଚୁଲବୁଲା ଓ ଖୋଲା ସ୍ୱଭାବ ପାଇଁ ସେ ବି-ଟାଉନ୍ରେ ବେଶ୍ ପରିଚିତ। କେବଳ ସେତିକି ନୁହେଁ ସେ ତାଙ୍କ ରୋମାଣ୍ଟିକ ଅନ୍ଦାଜ ପାଇଁ ମଧ୍ୟ ବେଶ୍ ଜଣାଣୁଣା । ତେବେ ତାଙ୍କର ଏହି ରୋମାଣ୍ଟିକ ଅନ୍ଦାଜ ଏବେ ତାଙ୍କ ଉପରେ ହିଁ ଭାର ପଡିଛି। ଶ୍ରେୟାଙ୍କ ଉପରେ ରାଗି ଯାଇଛନ୍ତି ୟୁଜର୍ସ।
ଆଜିକାଲି ଏହି ଅଭିନେତ୍ରୀ ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଶ୍ରେୟା ସରନ୍ ପ୍ରାୟ୍ତଃ ସର୍ବସାଧାରଣରେ ତାଙ୍କ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଏ। ନିକଟରେ ଏହି ଅଭିନେତ୍ରୀ ବିମାନ ବନ୍ଦରରେ ସ୍ୱାମୀଙ୍କ ସହ ରୋମାଣ୍ଟିକ୍ ହୋଇଛନ୍ତି। କ୍ୟାମେରା ଆଗରେ ସେ ନିଜ ସ୍ୱାମୀଙ୍କ ସହ କରିଛନ୍ତି ଲିପ୍ଲକ୍। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶ୍ରେୟାଙ୍କ ଏଭଳି ରୋମାଣ୍ଟିକ ଅନ୍ଦାଜ ଦେଖି ଅନେକ ୟୁଜର୍ସ ତାଙ୍କ ଉପରେ ରାଗି ଯାଇଛନ୍ତି । ଅନେକ ତାଙ୍କୁ ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଘରେ ସ୍ଥାନ ଅଭାବ ପଡିଥିଲା କି? କ୍ୟାମେରା ଆଗରେ ଏଭଳି ପ୍ରେମ ଦେଖାଇବା ଲଜ୍ଜାଜନକ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, କ୍ୟାମେରା ଆଗରେ ଏଭଳି ପୋଜ୍ ଦେବା ଜରୁରୀ କି?
ଅଭିନେତ୍ରୀ ଶ୍ରେୟା ସରନ ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଦୃଶ୍ୟମ-୨’ର ସଫଳତାକୁ ନେଇ ଏଞ୍ଜୟ କରୁଛନ୍ତି। ଏହି ଫିଲ୍ମଟି ବକ୍ସ ଅଫିସରେ ମାତ୍ର ତିନି ଦିନ ମଧ୍ୟରେ ବେଶ୍ ଭଲ ବ୍ୟବସାୟ କରିଛି। ଶନିବାର ଦିନ ଏହି ଫିଲ୍ମ ୨୧.୫୯ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଫିଲ୍ମରେ ଶ୍ରେୟାଙ୍କ ବ୍ୟତୀତ ଅଜୟ ଦେବଗନ୍ ଓ ତବୁ ମଧ୍ୟ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
