Advertisment

ସୁଶାନ୍ତ ସିଂ ମାମଲା, ବନ୍ଧା ହେଲେ ଆଉ ଜଣେ ବନ୍ଧୁ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବିକୁ ମିଳିଛି ଆଉ ଏକ ସଫଳତା। ଦୀର୍ଘ ଦିନ ଧରି ଫେରାର ଥିବା ସୁଶାନ୍ତଙ୍କ ଆଉ ଜଣେ ବନ୍ଧୁ ଧରାପଡିଛନ୍ତି। ହୋଟେଲ ବ୍ୟବସାୟୀ କୁନାଲ ଜୈନ୍‌ଙ୍କୁ ମୁମ୍ବାଇର ଖାର୍‌ ଅଞ୍ଚଳରୁ ଏନ୍‌ସିବି ଗିରଫ କରିଛି। ସୂଚନା ମୁତାବକ, କୁନାଲ, ସୁଶାନ୍ତ ସିଂ ରାଜପୁତଙ୍କ ଅତି ଘନିଷ୍ଠ ବନ୍ଧୁ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୀର୍ଘ ଦିନ ଧରି ଫେରାର […]

ସୁଶାନ୍ତ ସିଂ ମାମଲା, ବନ୍ଧା ହେଲେ ଆଉ ଜଣେ ବନ୍ଧୁ

Sushant Singh Rajput-1

Advertisment

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବିକୁ ମିଳିଛି ଆଉ ଏକ ସଫଳତା। ଦୀର୍ଘ ଦିନ ଧରି ଫେରାର ଥିବା ସୁଶାନ୍ତଙ୍କ ଆଉ ଜଣେ ବନ୍ଧୁ ଧରାପଡିଛନ୍ତି। ହୋଟେଲ ବ୍ୟବସାୟୀ କୁନାଲ ଜୈନ୍‌ଙ୍କୁ ମୁମ୍ବାଇର ଖାର୍‌ ଅଞ୍ଚଳରୁ ଏନ୍‌ସିବି ଗିରଫ କରିଛି।

Advertisment

ସୂଚନା ମୁତାବକ, କୁନାଲ, ସୁଶାନ୍ତ ସିଂ ରାଜପୁତଙ୍କ ଅତି ଘନିଷ୍ଠ ବନ୍ଧୁ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୀର୍ଘ ଦିନ ଧରି ଫେରାର ମଧ୍ୟ ଥିଲେ। କୁନାଲ ଗିରଫ ହେବା ପରେ ଡ୍ରଗ୍ସ ମାମଲାରେ ହେଉ ଅବା ସୁଶାନ୍ତ ମୃତ୍ୟୁ ମାମଲା, ଏଥିରେ କିଛି ନୂଆ ଖୁଲାସା ହୋଇପାରେ ବୋଲି  ଆଶା କରାଯାଇଛି। ଏନ୍‌ସିବି ଏବେ କୁନାଲକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତବର୍ଷ ଜୁନ୍‌ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ତାଙ୍କ ମୃତେଦହ ମିଳିଥିଲା। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାର ତଦନ୍ତ ୩ଟି ଏଜେନ୍ଦି ସିବିଆଇ, ଏନ୍‌ସିବି ଏବଂ ଇଡି କରୁଛି।

Advertisment

ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏଥିରେ ବଲିଉଡର ବଡ ବଡ ସେଲେବ୍ରିଟିଙ୍କ ନାଁ ମଧ୍ୟ ପଦାକୁ ଆସିଥିଲା। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଠାରୁ ଆରମ୍ଭ କରି ସାରା ଅଲ୍ଲି ଖାନ୍‌, ଶ୍ରଦ୍ଧା କପୁର, ରକୁଲ ପ୍ରତି ଭଳି ବଡ ବଡ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଏନ୍‌ସିବି ପଚରାଉଚରା କରିଥିଲା। ସେପଟେ ସୁଶନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ମଧ୍ୟ ପୂର୍ବରୁ ଗିରଫ ହୋଇସାରିଛନ୍ତି। ଏବେ ସେ ବେଲ୍‌ରେ ଅଛନ୍ତି।

https://twitter.com/ANI/status/1443468347882962949?s=20

NCB Drugs Case Sushant Singh Rajput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe