ମୁଁ ଯଦି ଦୋଷୀ, ନୋରା କେମିତି ବନିଲେ ସାକ୍ଷୀ?

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯେବେଠୁ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଛି ସେବେଠୁ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ବାରମ୍ବାର କରୁଛି ଜେରା। ଏପରିକି ତାଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ରୋକ ଲାଗିଛି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜଶିଟ୍‌ରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ମଧ୍ୟ ଦର୍ଶାଇଛି। ଏହାରି ଭିତରେ ଦୀର୍ଘ ଦିନ ପରେ ଏହି ମାମଲାରେ ମୁହଁ ଖୋଲିଛନ୍ତି ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌। […]

Nora and jacqueline

Madhupriya Mistry
  • Published: Thursday, 25 August 2022
  • , Updated: 25 August 2022, 01:48 PM IST

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯେବେଠୁ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଛି ସେବେଠୁ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ବାରମ୍ବାର କରୁଛି ଜେରା। ଏପରିକି ତାଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ରୋକ ଲାଗିଛି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜଶିଟ୍‌ରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ମଧ୍ୟ ଦର୍ଶାଇଛି। ଏହାରି ଭିତରେ ଦୀର୍ଘ ଦିନ ପରେ ଏହି ମାମଲାରେ ମୁହଁ ଖୋଲିଛନ୍ତି ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌।

ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପାହର ନେଇଥିବା ଅନ୍ୟମାନଙ୍କୁ ସାକ୍ଷୀ ବୋଲି ଇଡି ଦର୍ଶାଇଛି। କିନ୍ତୁ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ରୂପେ ଟଣାଯାଉଛି। ଏହି ମାମଲାରେ ଜ୍ୟାକ୍‌ଲିନ୍‌ ପକ୍ଷପାତ ଅଭିଯୋଗ ଆଣିଛନ୍ତି। ଆବେଦନକାରୀ ପ୍ରାଧୀକରଣଙ୍କ ନିକଟରେ ସେ ଆବେଦନ କରିଛନ୍ତି।

ଜ୍ୟାକଲିନ୍‌ଙ୍କ କହିବା ମୁତାବକ, ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପହାର ନେଇଥିବା ଅଭିନେତ୍ରୀ ନୋରା ଫେତହି ଓ ଅନ୍ୟମାନଙ୍କୁ ସାକ୍ଷୀ ବନାଇ ଦିଆଯାଇଛି। କିନ୍ତୁ ତାଙ୍କୁ ଦୋଷୀ ବୋଲି କୁହାଯାଉଛି। ଏଭଳି ପକ୍ଷପାତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। 'ଯଦି ମୁଁ ଦୋଷୀ ତେବେ ସେମାନେ କିଭଳି ସାକ୍ଷୀ ହେଲେ ବୋଲି ଅଭିନେତ୍ରୀ ପ୍ରଶ୍ନ କରିଛନ୍ତି।'

ତାଙ୍କ କହିବା ଅନୁସାରେ, ତାଙ୍କ ନାଁରେ ଥିବା ଫିକ୍ସ ଡିପୋଜିଟ୍‌ର ସମ୍ପର୍କ କୌଣସି ଅପରାଧ ସହ ନାହିଁ। କୌଣସି ଅପରାଧରୁ ମଧ୍ୟ ଏହି ଟଙ୍କା ଆସିନି। ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହା ସେବେଠାରୁ ଅଛି ଯେବେ ସୁକେଶ ତାଙ୍କ ଠାରୁ ବହୁତ ଦୂରରେ ଥିଲେ।

ଜ୍ୟାକଲିନ ଆହୁରି କହିଛନ୍ତି ଯେ ସେ ଜମା କରିଥିବା ଟଙ୍କା ନିଜ ପଇସାରୁ କରିଛନ୍ତି।  ଯାହା ସେ କଠିନ ପରିଶ୍ରମ ଦ୍ୱାରା ହାସଲ କରିଥିଲେ। ସେବେଠାରୁ ଟଙ୍କା ସଞ୍ଚୟ କରଛନ୍ତି ଯେବେ ତାଙ୍କୁ ଜଣା ନଥିଲା କି  ଏହି ଦୁନିଆରେ କୌଣସି ସୁକେଶ ଚନ୍ଦ୍ରଶେଖର ଅଛନ୍ତି କି ନାହିଁ।

ଉଲ୍ଳେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରରେ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲେ। ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ଇଡି ଦର୍ଶାଇଥିଲା। ଏହାପୂର୍ବରୁ ଇଡି ଏପ୍ରିଲ ମାସରେ ଜ୍ୟାକ୍‌ଲିନଙ୍କ ୭.୨୭ କୋଟି ଟଙ୍କର ସମ୍ପତ୍ତି ସିଜ୍‌ କରିଥିଲା। ଏଥିସହିତ ତାଙ୍କ ଘରୁ ୧୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା ଇଡି।

ସୁକେଶ ଚନ୍ଦ୍ରଶେଖର ଠକେଇ ଟଙ୍କାରେ ଜ୍ୟାକ୍‌ଲିନ୍‌ଙ୍କୁ ୫.୭୧ କୋଟି ଟଙ୍କାର ବିଭିନ୍ନ ଉପହାର ଦେଇଥିଲା। ସେ ତା' ସାଥୀ ତଥା ସହଯୋଗୀ ପିଙ୍କି ଇରାନୀଙ୍କ ଜରିଆରେ ଜ୍ୟାକ୍‌ଲିନ୍‌ଙ୍କୁ ଏହି ଗିଫ୍ଟ ଦେଇଥିଲା।

Related story