ଅଡୁଆରେ ବିଜୟ ଦେବରକୋଣ୍ଡା, ୧୨ ଘଣ୍ଟା ଘାଣ୍ଟିଲା ଇଡି

ହାଇଦ୍ରାବାଦ: ବଢ଼ିଲା ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କ ଅଡୁଆ। ଲାଇଗର ଫିଲ୍ମକୁ ନେଇ ଇଡି ଜାଲରେ ଫସିଲେ ଅଭିନେତା। ସମନ ପରେ ୧୨ ଘଣ୍ଟା ଧରି ଇଡି ବିଜୟଙ୍କୁ ପଚରାଉଚରା କରିିଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲାଇଗରରେ ଫଣ୍ଡିଂକୁ ନେଇ ବିଜୟ ଦେବରକୋଣ୍ଡାଙ୍କୁ ଇଡି ପ୍ରଥମେ ସମନ କରିଥିଲା। ଏହାପରେ ବୁଧାବର ସାକଳ ୮ଟାରୁ ରାତି ୯ଟା୩୦ ଯାଏଁ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଫିଲ୍ମକୁ ନେଇ କେବଳ ବିଜୟ ଦେବରକୋଣ୍ଡା। ନୁହନ୍ତି […]

vijay-deverakonda

vijay-deverakonda

Madhupriya Mistry
  • Published: Thursday, 01 December 2022
  • Updated: 01 December 2022, 12:30 PM IST

Sports

Latest News

ହାଇଦ୍ରାବାଦ: ବଢ଼ିଲା ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କ ଅଡୁଆ। ଲାଇଗର ଫିଲ୍ମକୁ ନେଇ ଇଡି ଜାଲରେ ଫସିଲେ ଅଭିନେତା। ସମନ ପରେ ୧୨ ଘଣ୍ଟା ଧରି ଇଡି ବିଜୟଙ୍କୁ ପଚରାଉଚରା କରିିଛି।

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲାଇଗରରେ ଫଣ୍ଡିଂକୁ ନେଇ ବିଜୟ ଦେବରକୋଣ୍ଡାଙ୍କୁ ଇଡି ପ୍ରଥମେ ସମନ କରିଥିଲା। ଏହାପରେ ବୁଧାବର ସାକଳ ୮ଟାରୁ ରାତି ୯ଟା୩୦ ଯାଏଁ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ଫିଲ୍ମକୁ ନେଇ କେବଳ ବିଜୟ ଦେବରକୋଣ୍ଡା। ନୁହନ୍ତି ଫିଲ୍ମ ନିର୍ମାତା ଚାର୍ମି କୌରଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି। ଚାର୍ମିଙ୍କୁ ଇଡି ନଭେମ୍ବର ୧୭ରେ ପଚରା ଉଚୁରା କରିଥିଲା। ଏହି ସମୟରେ ବିଦେଶୀ ମୁଦ୍ର ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ତାଙ୍କୁ ଇଡି ଜେରା କରିଥିଲା।

ଲାଇଗର ଫିଲ୍ମ ମାଧ୍ୟମରେ ସାଉଥ୍ ଆକ୍ଟର ବିଜୟ ଦେବୋରକୋଣ୍ଡା ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମ ୨୫ ଅଗଷ୍ଟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମର ବଜେଟ୍ ଥିଲା ୧୦୦ କୋଟି। ଫିଲ୍ମରେ ଆମେରିକାନ୍ ବକ୍ସିଂ ଷ୍ଟାର୍ ମାଇକ୍ ଟାଇସନ ମଧ୍ୟ ନଜର ଆସିଥିଲେ। ଅବଶ୍ୟ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମରେ ବିଜୟଙ୍କ ଦେବରକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ଭଳି ପ୍ରମୁଖ ତାରକାଙ୍କୁ ମଧ୍ୟ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos