ପୁଣି ଅଡୁଆରେ ଶିଳ୍ପାଙ୍କ ସ୍ୱାମୀ, ଠକେଇ ମାମଲାରେ ଫସିଲେ ରାଜ କୁନ୍ଦ୍ରା
ମୁମ୍ବାଇ: ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ। ରାଜ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ। ପୂର୍ବରୁ ଅଶ୍ଳୀଳ ଫିଲ୍ମ ତିଆରି କରି ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବେ ଆଉ ଏକ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଉଠିଛି ତାଙ୍କ ନାଁ। ପର୍ଣ୍ଣଗ୍ରାଫି ମାମଲାରେ ବେଆଇନ୍ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଗତବର୍ଷର ପର୍ଣ୍ଣ ରାକେଟ୍ ସହ ଏହି ମାମଲା ଜଡିତ ରହିଛି। ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗତବର୍ଷ ଜୁଲାଇ ୨୦ରେ ଗିରଫ କରିଥିଲା।
ଇଡି ସୂତ୍ରରୁ ପ୍ରକାଶ ଯେ, ରାଜ କୁନ୍ଦ୍ରା ଫେବ୍ରୁଆରୀ ୨୦୧୯ରେ ଆମର୍ସ ପ୍ରାଇମ ମିଡିଆ ଲିମିଟେଡ ନାମକ ଏକ କମ୍ପାନୀ ତିଆରି କରିଥିଲେ ଏବଂ ହଟସଟ୍ସ ନାଁରେ ଏକ ଆପ୍ ମଧ୍ୟ ତିଆରି କିରଥିଲେ। ପରେ ହଟସଟ୍ ଆପ୍କୁ ୟୁକେ ସ୍ଥିତ ଫାର୍ମ କେନ୍ରିନ୍କୁ ବିକ୍ରି କରି ଦିଆଯାଇଥିଲା। ଏହି କମ୍ପାନୀର ସିଇଓ ହେଉଛନ୍ତି ପ୍ରଦୀପ ବକ୍ସି, ଯିଏ କି ପ୍ରକୃତରେ ରାଜ କୁନ୍ଦ୍ରାଙ୍କ ଭିଣେଇ। ରାଜ କୁଣ୍ଡ୍ରାଙ୍କ କମ୍ପାନୀ ଭିଆନ୍ ବ୍ରିଟେନର କେନ୍ରିନ୍ କମ୍ପାନୀ ସହିତ ଚୁକ୍ତି କରିଥିଲା ଏବଂ ଏହି କାରବାର ପାଇଁ ଭିଆନ କମ୍ପାନୀର ୧୩ଟି ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର କାରବାର କରାଯାଇଥିଲା।
Maharashtra | ED (Enforcement Directorate) has registered a money laundering case against businessman Raj Kundra in connection with the pornography case, Mumbai Police also registered a case against him in 2021.
— ANI (@ANI) May 19, 2022
ହଟସଟ୍ସ୍ ଆପ୍ ବାସ୍ତବରେ ପର୍ଣ୍ଣ ଫିଲ୍ମର ଏକ ପ୍ଲାଟଫର୍ମ ଥିଲା, ଯାହାକୁ ଭାରତରେ ତିଆରି କରାଯାଇଥିଲା। ସବ୍ସ୍କ୍ରିପସନ୍ ଦେବା ପାଇଁ ହଟସଟ୍ସ ଆପ୍ରେ ଅପ୍ଲୋଡ କରାଯାଇଥିଲା। ସବ୍ସ୍କ୍ରିପସନ୍ ଜରିଆରେ ଆଦାୟ ହୋଇଥିବା ଟଙ୍କାର ନେଣଦେଣ କୁନ୍ଦ୍ରାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ ନାଁରେ ହେଉଥିଲା। ଏହିପରି, ପର୍ଣ୍ଣ ଫିଲ୍ମରୁ ଅର୍ଜିତ ଟଙ୍କା ବ୍ରିଟେନରେ ବୁଲୁଥିବା କୁନ୍ଦ୍ରାଙ୍କ କମ୍ପାନୀ ଆକାଉଣ୍ଟକୁ ଆସୁଥିଲା।
ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ୨୦୨୧ ମସିହା ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ମଡେଲ୍ ଏବଂ ଅଭିନେତ୍ରୀଙ୍କୁ ଫିଲ୍ମ ଓ ୱେବସିରିଜରେ କାମ ଦେବା ବାହାନାରେ ସେମାନଙ୍କୁ ପ୍ରଲୋଭିତ କରାଇ ଅଶ୍ଳୀଳ ଫିଲ୍ମ ତିଆରି କରୁଥିଲେ। ସେ ଗୁଡିକୁ ଏକ ଆପ୍ରେ ଡାଉନ୍ଲୋଡ କରୁଥିବା ନେଇ ରାଜ କୁନ୍ଦ୍ରାଙ୍କ ନାଁରେ ଅଭିଯୋଗ ଥିଲା। ପରେ ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ମୁମ୍ବାଇର ଏକ ଅଦାଲତ ପର୍ଣ୍ଣଗ୍ରାଫି ମାମଲାରେ ୫୦,୦୦୦ ମୁଚଲିକାରେ ରାଜ କୁନ୍ଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।