Advertisment

ଗୁଡ୍ ନ୍ୟୁଜ୍ ଦେଲେ ଦୀପିକା ପାଦୁକୋନ

ସୋଶାଲ ମଡିଆରେ ପୋଷ୍ଟ ଶେଆର୍ କରି ଦେଲେ ସୂଚନା...

author-image
Debibandita Barick
ଅଦ୍ୟତନ ହୋଇଛି
Deepika & Ranveer

Deepika & Ranveer

ନିକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ ଗର୍ଭବତୀ ଥିବା ନେଇ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଥିଲା। ଏବେ ଚର୍ଚ୍ଚା ଉପରୁ ପରଦା ହଟିଛି। ଦୀପିକା ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି।

Advertisment

ଏନେଇ ସେ ଏକ ସୋଶାଲ ମଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି। ଏକ ସୁନ୍ଦର ପୋଷ୍ଟ ଶେଆର କରି ଦୀପିକା ନିଜର ପ୍ରେଗନାନ୍ସି ବାବଦରେ ଜଣାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଥିବା ହିଣ୍ଟ୍ସ ଦେଇଛନ୍ତି ଦୀପିକା।  

ଦୀପିକାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକମାନେ ମାଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ୨୦୧୮, ନଭେମ୍ବର ୧୪ରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ବିବାହ କରିଥିଲେ। ସେମାନେ ପ୍ରଥମ କରି ବାପା-ମାଆ ହେବାକୁ ଯାଉଛନ୍ତି। 

Advertisment

ନିକଟରେ ଲଣ୍ଡନରେ ଆୟୋଜିତ ୭୭ତମ BAFTA ଆଓ୍ୱାର୍ଡ ସେରେମୋନିରେ ନଜର ଆସିଥିଲେ ଦୀପିକା ପାଦୁକୋନ। ଏଥିରେ ସେ ସବ୍ୟସାଚୀଙ୍କ ଡିଜାଇନର ଶାଢ଼ି ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଓହ୍ଲାଇଥିଲେ। ଏହି ସମୟରେ ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ତାଙ୍କ ପ୍ରେଗନାନ୍ସିକୁ ନେଇ ଚର୍ଚ୍ଚା ହେଉଥିଲା। 

Deepika Padukone Deepika Padukone Pregnant Ranveer Singh