ରେଡ୍‌ କାର୍ପେଟ୍‌ରେ ଝୁଣ୍ଟିଲେ ଦୀପିକା, ନାକେଦମ୍‌ କଲା ଡ୍ରେସ୍‌

ମୁମ୍ବାଇ: ବଦଳିଗଲା ଡିମ୍ପଲ ବିୟୁଟି ଦୀପିକା ପାଦୁକୋନ୍‌ଙ୍କ ଚାଲ୍‌। ଚାଲୁ ଚାଲୁ ଝୁଣ୍ଟିଲେ। ରେଡ୍‌ କାର୍ପେଟ୍‌ରେ ବିଗିଡି ଗଲା ତାଙ୍କ ଚାଲି। ସମସ୍ତଙ୍କ ଆଗରେ ହଇରାଣ କଲା ତାଙ୍କ ଲଙ୍ଗ ଗାଉନ୍‌ ଡ୍ରେସ୍‌। ଫ୍ୟାସନ ସହ ଉଠାଇବାକୁ ପଡଲା ତାଙ୍କୁ ରିସ୍କ। ଅଡୁଆ କଲା ତାଙ୍କୁ ତାଙ୍କ ଆଉଟ୍‌ଫିଟ୍‌। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମ୍ନାକୁ ଆସିଛି ଦୀପିକାଙ୍କ ନୂଆ ଲୁକ୍‌। ରେଡ୍‌ କାର୍ପେଟ୍‌ରେ ଏଥର ବି ସେ ଲଗାଇଛନ୍ତି ନିଆଁ। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ […]

Deepika Padukone

Madhupriya Mistry
  • Published: Wednesday, 25 May 2022
  • , Updated: 25 May 2022, 05:11 PM IST

ମୁମ୍ବାଇ: ବଦଳିଗଲା ଡିମ୍ପଲ ବିୟୁଟି ଦୀପିକା ପାଦୁକୋନ୍‌ଙ୍କ ଚାଲ୍‌। ଚାଲୁ ଚାଲୁ ଝୁଣ୍ଟିଲେ। ରେଡ୍‌ କାର୍ପେଟ୍‌ରେ ବିଗିଡି ଗଲା ତାଙ୍କ ଚାଲି। ସମସ୍ତଙ୍କ ଆଗରେ ହଇରାଣ କଲା ତାଙ୍କ ଲଙ୍ଗ ଗାଉନ୍‌ ଡ୍ରେସ୍‌। ଫ୍ୟାସନ ସହ ଉଠାଇବାକୁ ପଡଲା ତାଙ୍କୁ ରିସ୍କ। ଅଡୁଆ କଲା ତାଙ୍କୁ ତାଙ୍କ ଆଉଟ୍‌ଫିଟ୍‌।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମ୍ନାକୁ ଆସିଛି ଦୀପିକାଙ୍କ ନୂଆ ଲୁକ୍‌। ରେଡ୍‌ କାର୍ପେଟ୍‌ରେ ଏଥର ବି ସେ ଲଗାଇଛନ୍ତି ନିଆଁ। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ଜୁରୀ ମେମ୍ବର ଭାବେ ଯୋଗ ଦେଇଛନ୍ତି। କାନ୍ସରୁ ପ୍ରତିଦିନ ତାଙ୍କ ନୂଆ ନୂଆ ଲୁକ୍‌ ସାମ୍ନାକୁ ଆସୁଛି। ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍‌ ଆଇକନ୍‌ ଅନ୍ଦାଜ୍‌ଙ୍କୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ କାନ୍ସର ରେଡ କାର୍ପେଟରୁ ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ମଙ୍ଗଳବାର କାନ୍ସ ରେଡ୍‌ କାର୍ପେଟରେ ଅରେଙ୍ଗ ରଙ୍ଗର ଗାଉନ୍‌ ପିନ୍ଧି ନରଜ ଆସିଥିଲେ ଦୀପିକା। ହେଲେ  ଲଙ୍ଗ ଗାଉନ୍‌ ସାଙ୍ଗକୁ ହାଇ ହିଲ୍‌ ପିନ୍ଧିବା ଦୀପିକାଙ୍କୁ ମହଙ୍ଗା ପଡିଥିଲା। ରେଡ୍‌ କାର୍ପେଟ୍‌ରେ ନିଜ ପିନ୍ଧିଥିବା ଡ୍ରେସ୍‌ ପାଇଁ ସେ ହୋଇଥିଲେ ନାକେଦମ୍‌। ଫଟୋଗ୍ରାଫରଙ୍କୁ ପୋଜ୍‌ ଦେବା ପାଇଁ ତାଙ୍କୁ କରିବାକୁ ପଡିଥିଲା କସରତ୍‌। କେତେବେଳ ଚାଲୁଚାଲୁ ଝୁଣ୍ଟିପଡୁଥିଲେ ତ ଆଉ କେତେବେଳେ ନିଜ ଡ୍ରେସ୍‌ ସଜାଡୁଥିଲେ ଦୀପିକା। କେବଳ ସେ ନୁହେଁ ତାଙ୍କ ଲଙ୍ଗ ଗାଉନ୍‌କୁ ତାଙ୍କ ସହ ଥିବା ଅନ୍ୟ ଲୋକମାନେ ମଧ୍ୟ ସଜାଡୁଥିବା ନଜର ଆସିଥିଲେ। ଦୀପିକାଙ୍କୁ ଚାଲିବା ସହ ନିଜ ଡ୍ରେସ୍‌ ସମ୍ଭାଳିବା ମଧ୍ୟ କଷ୍ଟକର ହୋଇ ପଡିଥିଲା।

ଦୀପିକା ନିଜେ ପୂରା ସମୟ ତାଙ୍କ ଡ୍ରେସ୍‌କୁ ସମ୍ଭାଳୁ ଥିବା ନଜର ଆସିଥିଲେ। କେବଳ ଏତିକି ହିଁ ନୁହେଁ ଫଟୋସୁଟ ସମୟରେ, ତାଙ୍କର ଏହି ଡ୍ରେସ୍‌ ବାରମ୍ବାର ସମସ୍ୟା କରାଇଥିଲା। ଏହା ବ୍ୟତୀତ ସେ ଚାଲିକି ଯିବାବେଳେ ଅଜବ ଢଙ୍ଗରେ ଯାଉଥିଲେ। ଯେଉଁଥିପାଇଁ ସେ ବର୍ତ୍ତମାନ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଏବେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମେମ୍ବରଙ୍କ ସହ ଯୋଗ ଦେବା ପାଇଁ ଅରେଞ୍ଜ କଲର୍‌ର ଡ୍ରାମାଟିକ୍‌ ଗାଉନ୍‌ରେ ନଜର ଆସିଥିଲେ ଦୀପିକା। ସେ 'ଆସି ଷ୍ଟୁଡିଓ'ର ଗାଉନ୍‌ ପିନ୍ଧିଥିଲେ। ସମସ୍ତ ଜୁରୀ ମେମ୍ବର L'innocentର ସ୍କ୍ରିନିଂ ପାଇଁ ପହଞ୍ଚିଥିଲେ।

 

View this post on Instagram

 

A post shared by Brut India (@brut.india)

Related story