Advertisment

ବିଗ୍‌ ବସ୍‌ ବିଜେତାଙ୍କୁ ଅଣ୍ଡା ମାଡ଼

ଅଣ୍ଡା ମାଡ଼ ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Munawar Faruqui

Munawar Faruqui

ବିଗ୍‌ ବସ୍‌ ବିଜେତାଙ୍କୁ ଅଣ୍ଡା ମାଡ଼। ଭିଡ ଭିତରେ ଅଣ୍ଡା ମାଡ କଲେ ଲୋକେ। ଫଳରେ ଜୀବନ ବଞ୍ଚାଇ ଦୌଡିଲେ ସେଲେବ୍ରିଟି। ବିଗ୍‌ ବସ୍‌ ସିଜନ ୧୭ର ବିଜେତା ମୁନଓ୍ୱର ଫାରୁକିଙ୍କୁ ଅଣ୍ଡା ମାଡ଼ ହୋଇଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି।

Advertisment

ମୁନଓ୍ୱର ଫାରୁକି ଓ ବିବାଦ ଉଭୟ ଗୋଟିଏ କଏନ୍‌ର ଦୁଇଟି ପାର୍ଶ୍ୱ। ଲକ୍‌ ଅପ୍‌ ଓ ବିଗ୍‌ ବସ୍‌ ଜିତିବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ମୁନଓ୍ୱର। ସେ ନିଜ ସାଏରି, କବିତା ଓ ଷ୍ଟାଣ୍ଡ ଅପ୍‌ କମେଡି ଠାରୁ ଅଧିକ ନୂଆ ବିବାଦ ସୃଷ୍ଟି କରିବା ପାଇଁ ବେଶ୍‌ ଜଣାଶୁଣା। ଏବେ ପୁଣିଥରେ ମୁନଓ୍ୱରଙ୍କୁ ନେଇ ସୋଶାଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଭିଡିଓରେ ତାଙ୍କୁ ଅଣ୍ଡା ମାଡ କରାଯାଉଥିବା ଦେଖିବାକୁ ମିଳିଛି।

ଗତକାଲି ଚାନ୍ଦ ରାତ ଅବସରରେ ମୁମ୍ବାଇର ମହମ୍ମଦ ଅଲ୍ଲି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ ମୁନଓ୍ୱର। ଏଠାରେ ସେ ପହଞ୍ଚିବା ପରେ କିଛି ଲୋକେ ତାଙ୍କୁ ଦେଖି ରାଗି ଯାଇଥିଲେ। ଏହାପରେ ଭିଡ ଭିତରେ ତାଙ୍କ ଉପରକୁ ଅଣ୍ଡା ମାଡ କରାଯାଇଥିଲା। କେବଳ ସେତିକି ନୁହେଁ ସେ ଠେଲାପେଲାର ଶିକାର ମଧ୍ୟ ହୋଇଥିଲେ। ଉକ୍ତ ରେଷ୍ଟୁରାଣ୍ଟର ପ୍ରତିଦ୍ୱନ୍ଦ୍ୱି ଏଭଳି କରିଥିବା କୁହାଯାଉଛି। ଏହାପରେ ତାଙ୍କ ବଡି ଗାର୍ଡମାନେ ମୁନଓ୍ୱରଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ଆଣି କାର୍‌ରେ ବସାଇଥିଲେ। ଏହି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୭ ଜଣଙ୍କୁ ଗିରଫ ମଧ୍ୟ କରିଛି।

Advertisment

କହିରଖୁ ଯେ, ଏହା ପୂର୍ବରୁ ମଧ୍ୟ ତାଙ୍କ ସହ ଭିଡି ଭିତରେ ଦୁର୍ଘଟଣା ଘଟି ସାରିଛି। ନିକଟରେ ସେ ମୁମ୍ବାଇର ଏକ କାଫେକୁ ଯାଇଥିଲେ। ଏଠାରୁ ବାହାରକୁ ଆସିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା। ଏହାପରେ ସେ ସିଧା ତଳେ ପଡି ଯାଇଥିଲେ।

ବିଗ୍ ବସ୍‌-୧୭ ରିଆଲିଟି ଶୋ' ଜିତିବା ପରଠାରୁ ମୁନଓ୍ୱର ଲଗାତର ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଷ୍ଟାଣ୍ଡ ଅପ୍‌ କମେଡି ବେଳେ ମାତା ସୀତାଙ୍କୁ ନେଇ ବିବାଦୀୟ ଟିପ୍ପଣୀ କରି ସେ ପ୍ରଥମ ଥର ପାଇଁ ବିବାଦ ଘେରକୁ ଆସିଥିଲେ। ଏହି ମାମଲାରେ ସେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଜେଲ୍‌ରୁ ବାହାରକୁ ଆସିବା ପରେ ମୁନଓ୍ୱରଙ୍କୁ ଟିଭି ରିଆଲିଟି ଶୋ' 'ଲକ୍ ଅପ୍‌' ଅଫର ହୋଇଥିଲା। ସେ ଏହି ଶୋ' ଜିତିଥିଲେ।

Munawar Faruqui Bigg Boss 17 Egg Pelting