Advertisment

ବିବାଦ ପରେ ଅଲ୍ଟବାଲାଜୀ ଛାଡ଼ିଲେ ଏକତା

ଏକତା କପୁର ଏବଂ ଶୋଭା କପୁର ମିଳିତ ଭାବରେ ୨୦୧୭ରେ ଅଲ୍ଟବାଲାଜୀ ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Ekta kapoor and shobha kapoor

Ekta kapoor and shobha kapoor

Advertisment

ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀରୁ ପଦ ଛାଡ଼ିଲେ ଟେଲିଭିଜନ ଦୁନିଆର ପ୍ରସିଦ୍ଧ ପ୍ରଡ୍ୟୁସର ଏକତା କପୁର। ମା' ଶୋଭା କପୁର ମଧ୍ୟ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସୋଶାଲ ମିଡିଆ ଏକତା ଘୋଷଣା କରିଛନ୍ତି।

Advertisment

ଏକତା କପୁର ଏବଂ ଶୋଭା କପୁର ମିଳିତ ଭାବରେ ୨୦୧୭ରେ ଅଲ୍ଟବାଲାଜୀ ଆରମ୍ଭ କରିଥିଲେ। ଏହି ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମରେ ଦେବ ଡିଡି, ରାଗିନୀ ଏମଏମଏସ ରିଟର୍ଣ୍ଣସ୍‌, ବୋସ ଡେଡ୍‌ ଅର୍‌ ଅଲାଇଭ, ଗନ୍ଦି ବାତ୍ ଏବଂ ଅନ୍ୟାନ୍ୟ ଶୋ’ର ପ୍ରସାରଣ ହୋଇଥିଲା।

ଏହି ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ଫିଲ୍ମ ବା ସିରିଜକୁ ନେଇ ଚର୍ଚ୍ଚା ହେବା ସହ ବିବାଦ ମଧ୍ୟ ଉପୁଜିଥିଲା। ବିବାଦ ହେବା ପରେ ଏବେ ଏକତା ଓ ଶୋଭା କପୁର ଅଲ୍ଟବାଲାଜୀର ମୁଖ୍ୟ ଭାବରେ ପଦ ଛାଡି ଅନ୍ୟକୁ ଦାୟିତ୍ୱ ଦେଇଛନ୍ତି। ସୂଚନା ମୁତାବକ, ବିବେକ କୋକା ଏବେ ଅଲ୍ଟ ବାଲାଜୀର ନୂଆ ମୁଖ୍ୟ ବିଜନେସ ଅଫିସର ଭାବେ ଦାୟିତ୍ୱ ନେବେ।

Advertisment

ଏକତା କପୁର ଦେଇଥିବା ବୟାନ ମୁତାବକ, ଗତ ବର୍ଷ ଇସ୍ତଫା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଅଲ୍ଟବାଲାଜୀ ପାଖରେ ଏକ ନୂଆ ଟିମ୍‌ ଅଛି। ଡିଜିଟାଲ ଏଣ୍ଟରଟେନମେଣ୍ଟର ଭବିଷ୍ୟତ ଓ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିବେକ କୋକାଙ୍କୁ ଅଲ୍ଟବାଲାଜୀର ନୂତନ ମୁଖ୍ୟ ବ୍ୟବସାୟ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। କୋକାଙ୍କ ନେତୃତ୍ୱରେ ଅଲ୍ଟବାଲାଜୀ ଆଗକୁ ବଢ଼ିବା ସହ ଉଚ୍ଚମାନର ବିଷୟବସ୍ତୁକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବ। ଏଥିସହ ଏକତା ନୂଆ ଟିମକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ବିବେକ କୋକା ପୂର୍ବରୁ ଷ୍ଟ୍ରିମିଂ ପ୍ଲାଟଫର୍ମ ଅତରଙ୍ଗୀ ସହ ଜଡିତ ଥିଲେ। ଏହି କମ୍ପାନୀ ଗତ ବର୍ଷ ସେପ୍ଟେମ୍ବରରେ କ୍ରିଏଟିଭ ଟିଏମର ୧୫ଜଣଙ୍କୁ ଛଟେଇ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ନିର୍ମାତା-ନିର୍ଦ୍ଦେଶକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। ୱେବ୍ ସିରିଜ୍ ‘ଏକ୍ସଏକ୍ସଏକ୍ସ’ରେ ଯବାନମାନଙ୍କୁ ଅପମାନିତ କରିବା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବିହାରର ବେଗୁସରାଇ ଜିଲ୍ଲାର ଏକ କୋର୍ଟ ଗିରଫ ପରୱାନା ଜାରି କରିଥିଲେ।

Bollywood News Ekta Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe