Advertisment

ବିଗ୍‌ ବସ୍‌ ବିଜେତା ତଥା ୟୁଟ୍ୟୁବର୍‌ ଏଲଭିଶ ଯାଦବ ଗିରଫ

ସାପ ବିଷ ମାମଲାରେ ନଏଡା ପୁଲିସ ତାଙ୍କୁ ଆଜି ଗିରଫ କରିଛି।

ଅଦ୍ୟତନ ହୋଇଛି
Elvish Yadav Arrested

Elvish Yadav Arrested

Advertisment

ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍‌ ଏଲଭିଶ ଯାଦବ ଗିରଫ। ସାପ ବିଷ ମାମଲାରେ ନଏଡା ପୁଲିସ ତାଙ୍କୁ ଆଜି ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଛି। 

Advertisment

ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର ୪୯ ନଏଡା ପୁଲିସ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଏଥିପାଇଁ ଏଲଭିଶଙ୍କୁ ଆଜି ପଚରାଉଚରା କରିବା ପାଇଁ ପୁଲିସ ଡକାଇଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ହାଜର କରାଯିବ।  ଏନେଇ ଆଡିସନାଲ ଡିସିପି ମନୀଷ କୁମାର ମିଶ୍ରା ସୂଚନା ଦେଇଛନ୍ତି। 

ଅଭିଯୋଗ ରହିଛି ଯେ, ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷର ବ୍ୟବସ୍ଥା କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିଲେ। ଏହି ମାମଲାରେ ତାଙ୍କୁ ଆଜି ପଚରାଉଚରା କରିବା ପାଇଁ ପୁଲିସ ଥାନାକୁ ଡାକିଥିଲା। ଜେରା ପରେ ତାଙ୍କୁ ଆଜି ଗିରଫ କରାଯାଇଛି। 

Advertisment

ନିକଟରେ ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ସମୟରେ ଏଲଭିଶ ଯାଦବଙ୍କ ନାମ ଆସିଥିଲା। ଏହି ମାମଲାରେ ପୁଲିସ ଚଢ଼ାଉ କରି ୪ ଜଣ ସାପୁଆ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉ ବେଳେ ୯ଟି ସାପ ଓ ସେମାନଙ୍କ ବିଷ ଜବତ କରାଯାଇଥିଲା।

Elvish Yadav Snake Venom Elvish Yadav Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe