Advertisment

କଙ୍ଗନାଙ୍କ Emergencyକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖରେ ରିଲିଜ୍‌ ହେବ

କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

Kangana

Kangana

Advertisment

ରିଲିଜ ପୂର୍ବରୁ ବହୁ ବାଦବିବାଦ ମଧ୍ୟରେ ଛନ୍ଦି ହୋଇଯାଇଥିବା ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାରାୱତଙ୍କ Emergency ଫିଲ୍ମକୁ ନେଇ ବଡ଼ ଖବର ଆସିଛି। ମାସକ ତଳେ ଏମର୍ଜେନ୍ସିକୁ ସେନସର ବୋର୍ଡ ଏକାଧିକ କଟ ପରେ ରିଲିଜ ପାଇଁ ଅନୁମତି ଦେଇଥିଲେ। ଏବେ ଏହାର ରିଲିଜ ତାରିଖ ସାର୍ବଜନୀନ ହୋଇଛି।

Advertisment

ଆସନ୍ତା ବର୍ଷ ଜାନୁଆରୀ ୧୭ରେ ପୂରା ଦେଶର ବିଭିନ୍ନ ହଲରେ ଏହି ସିନେମା ମୁକ୍ତିଲାଭ କରିବ। ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରିକାଳୀନ ସ୍ଥିତି ଉପରେ ‘ଏମର୍ଜେନ୍ସି’ ଫିଲ୍ମ ପ୍ରସ୍ତୁତ ହୋଇଛି। କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ଏହି ସିନେମାକୁ କଙ୍ଗନା ନିଜେ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହା ଆସନ୍ତା ବର୍ଷ ଜାନୁଆରୀ ୧୭ରେ ରିଲିଜ ହେବ ବୋଲି କଙ୍ଗନା ନିଜେ ଆଜି ସୂଚନା ଦେଇଛନ୍ତି।

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଫିଲ୍ମଟି ୨୦୨୪ ମସିହା ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା। କିନ୍ତୁ ଏହାର ଏକାଧିକ ଦୃଶ୍ୟକୁ ନେଇ ବିଭିନ୍ନ ଶିଖ ସଂଗଠନ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଶିଖ ସଂପ୍ରଦାୟର ଲୋକଙ୍କୁ ଏଥିରେ ଅପମାନିତ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ଅଭିଯୋଗ ବଢ଼ିବାରୁ ସେନସନ ବୋର୍ଡ ଫିଲ୍ମର ରିଭ୍ୟୁ କରିବା ସହ ୧୩ଟି ଦୃଶ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ U/A ସାର୍ଟିଫିକେଟ ଦ୍ୱାରା ଫିଲ୍ମକୁ ରିଲିଜ ପାଇଁ ଅନୁମତି ମିଳିଥିଲା।

Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe