Advertisment

'ଏମର୍ଜେନ୍ସି'କୁ ଗ୍ରୀନ୍ ସିଗନାଲ୍; ରିଲିଜ୍ ଅନୁମତି ଦେଲା CBFC

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ କିଛି ସର୍ତ୍ତ ରଖି ରିଲିଜ୍ ଅନୁମତି ଦେଇଛନ୍ତି ସେଣ୍ଟ୍ରାଲ ବୋର୍ଡ ଫିଲ୍ମ ସାର୍ଟିଫିକେସନ୍ (CBFC)।

Emergency Poster

Emergency Poster

Advertisment

ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ମିଳିଛି ଗ୍ରୀନ୍ ସିଗନାଲ୍। ସେଣ୍ଟ୍ରାଲ ବୋର୍ଡ ଫିଲ୍ମ ସାର୍ଟିଫିକେସନ୍ (CBFC) 'ଏମର୍ଜେନ୍ସି'କୁ  UA ସାର୍ଟିଫିକେଟ୍ ଜାରି କରିଛନ୍ତି। ଏହାର ଅର୍ଥ 'ଏମର୍ଜେନ୍ସି' ଏବେ ଫିଲ୍ମ ହୋଇପାରିବ।

Advertisment

କିନ୍ତୁ ବୋର୍ଡ କିଛି ସର୍ତ୍ତ ରଖି ଏହି ଅନୁମତି ଦେଇଛନ୍ତି। ତେଣୁ ସର୍ତ୍ତ ପାଳନ ପରେ ନିର୍ଦ୍ଦେଶକ ଫିଲ୍ମକୁ ରିଲିଜ୍ କରିପାରିବେ। ବୋର୍ଡର ନିର୍ଦ୍ଦେଶ କ୍ରମେ, ଫିଲ୍ମରେ 3ଟି ସିନ୍ କଟ୍ କରାଯିବା ସହ ମୋଟ 10ଟି ପରିବର୍ତ୍ତନ କରିବାକୁ ପଡିବ।

ଏହି ପରିବର୍ତ୍ତନ ପରେ ଯାଇ ଫିଲ୍ମ ରିଲିଜ୍ ହୋଇପାରିବ ବୋଲି CBFC କହିଛି। ଫିଲ୍ମରେ କେଉଁ ସବୁ ସିନରେ ପରିବର୍ତ୍ତନ ହେବ ତାର ତାଲିକା ବୋର୍ଡ ଫିଲ୍ମ ନିର୍ମାତାମାନଙ୍କୁ ପଠାଇଛି।

Advertisment

ସେପଟେ 'ଏମର୍ଜେନ୍ସି'କୁ UA ସାର୍ଟିଫିକେଟ୍ ମିଳିବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କିନ୍ତୁ ସିନେମା କେବେ ରିଲିଜ ହେଉଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। 

ପ୍ରକାଶ ଥାଉକିସ ସେପ୍ଟେମ୍ବର 6ରେ ରିଲିଜ ହେବାର ଥିବା କଙ୍ଗନାଙ୍କ 'ଏମର୍ଜେନ୍ସି'। କିନ୍ତୁ ବୋର୍ଡ ଏହି ଫିଲ୍ମକୁ ସାର୍ଟିଫିକେଟ୍ ଦେଇ ନଥିବାରୁ ରିଲିଜ୍ ଅଟକି ଯାଇଥିଲା। ଅକାଳି ଦଳ ଏବଂ ଶିଖ୍ ସମ୍ପ୍ରଦାୟର କିଛି ଗୋଷ୍ଠୀ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ଦାବି କରିବା ପରେ ରିଲିଜ୍ ଅଟକି ଯାଇଥିଲା। 

Kangana Ranaut Emergency CBFC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe