Advertisment

ଭାଙ୍ଗିଲା ୧୨ ବର୍ଷର ବିବାହ, ଭରତଙ୍କ ଠାରୁ ଭିନ୍ନ ହେଲେ ଈଶା

୨୦୧୨ରେ ମୁମ୍ବାଇର ଇସ୍କନ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ଭରତଙ୍କ ହାତ ଧରିଥିଲେ ଈଶା।

author-image
Madhupriya Mistry
ଅଦ୍ୟତନ ହୋଇଛି
Esha Deol and Bharat

Esha Deol and Bharat

ଭାଙ୍ଗିଲା ୧୨ ବର୍ଷର ସମ୍ପର୍କ। ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହେଲା। ସ୍ୱାମୀଙ୍କ ଠାରୁ ଭିନ୍ନ ହେଲେ ବଲିଉଡର ହି' ମ୍ୟାନ୍‌ ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ଈଶା ଦେଓଲ। ସେ ସ୍ୱାମୀ ଭରତ ତଖ୍‌ତାନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆପୋଷ ସହମତିରେ ଅଲଗା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

ଭରତ ଓ ଈଶା ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ଖୋଦ୍‌ ଉଭୟ ଏକ ବୟାନ ଜାରି କରି ଘୋଷଣା କରିଛନ୍ତି। ଜାରି ହୋଇଥିବା ବୟାନରେ ଈଶା ଓ ଭରତ କହିଛନ୍ତି, 'ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ଜୀବନର ଏହି ପରବର୍ତ୍ତନ ଯୋଗୁ ଆମର ଦୁଇ ପିଲାଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ଆଶା।'

ଶେଷଥର ପାଇଁ ଈଶା ନିଜ ବିବାହ ଆନିର୍ଭସରୀରେ ଭରତଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏହାଥିଲା ଏକ ବ୍ଲାକ୍‌ ଆଣ୍ଟ ହ୍ୱାଇଟ୍ ଫଟୋ। ଏହାର କ୍ୟାପସନରେ ଲେଖିଥିଲେ, ଅନନ୍ତକାଳ ଯାଏଁ ଯୋଡିକୁ ବଜାୟ ରଖିବା ପାଇଁ…। ଏବେ କିନ୍ତୁ ଦୁହେଁ ଆଉ ଏକାଠି ନାହାନ୍ତି। ଏଥିସହ ନିକଟରେ ହେମ ମାଲିନୀଙ୍କ ଜନ୍ମଦିନ ପାର୍ଟିରେ ଈଶା ଓ ଭରତଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ଉଭୟଙ୍କ ଭିତରେ ସବୁକିଛି ଠିକ୍‌ ନଥିବା ନେଇ ଚର୍ଚ୍ଚା ହେଉଥିଲା।

Advertisment

୧୨ ବର୍ଷ ପୂର୍ବେ ଡ୍ରିମଗାର୍ଲ ହେମ ମାଲିନୀଙ୍କ ଲାଡଲୀ ଈଶା ଦେଓଲ ବିଜନେସମ୍ୟାନ୍‌ ଭରତ ତଖ୍‌ତାନୀଙ୍କ ହାତ ଧରିଥିଲେ। ୨୦୧୨ରେ ବେଶ୍‌ ଧୁମ୍‌ଧାମରେ ହୋଇଥିଲା ଉଭୟଙ୍କ ବିବାହ। ମୁମ୍ବାଇର ଇସ୍କନ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ଭରତଙ୍କ ହାତ ଧରିଥିଲେ ଈଶା। ବିବାହର ପାଞ୍ଚ ବର୍ଷ ପରେ ଈଶା ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପରେ ୨୦୧୯ରେ ସାନ ଝିଅ ମିରାୟାଙ୍କ ମା' ହୋଇଥିଲେ ଈଶା।

Bollywood News Hema Malini Esha Deol Bharat Takhtani