Advertisment

ଭେଣ୍ଟିଲେଟର୍‌ରେ ଫେମସ୍‌ ଫ୍ୟାଶନ୍‌ ଡିଜାଇନର୍‌, ଅବସ୍ଥା ଗୁରୁତର

ଫ୍ୟାଶନ୍‌ ଡିଜାଇନର୍‌ ରୋହିତ ବଳଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି।

designer rohit-bals

designer rohit-bals

Advertisment

ଭେଣ୍ଟିଲେଟର୍‌ରେ ବଲିଉଡର ଫେମସ୍‌ ଫ୍ୟାଶନ୍ ଡିଜାଇନର୍‌ ରୋହିତ ବଳ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଫ୍ୟାଶନ୍‌ ଡିଜାଇନର୍‌ ରୋହିତ ବଳଙ୍କୁ ଆଇସିୟୁରେ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି। ତାଙ୍କ ଅବସ୍ଥା ବେଶ୍‌ ସଙ୍କଟାପନ୍ନ ରହିଛି। ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଦୁଃଖିତ ହୋଇପଡିଛନ୍ତି। ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ରୋହିତ ବଳଙ୍କ ନିକଟ ସମ୍ପର୍କୀୟଙ୍କ କହିବା ମୁତାବକ, ଏହି ଫ୍ୟାଶନ୍‌ ଡିଜାଇନର୍‌ଙ୍କୁ ତିନି ଦିନ ପୂର୍ବେ ସୁରଜ ଢ଼ାଲିଆ ନାମକ ଜଣେ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କୁର ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କ ଛାତିରେ ଲାଗିଥିବା ପେସ୍‌ମେକର୍‌ ୭ଥର ଛଟ୍‌କା ଦେଇଥିଲା। ଏହାପରେ ରୋହିତ ବଳଙ୍କୁ ପ୍ରଥମେ ମୂଳଚନ୍ଦ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ଏଠି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Advertisment

୬୨ ବର୍ଷିୟ ରୋହିତ ବଳଙ୍କୁ ପ୍ରଥମେ ୨୦୧୦ ହାର୍ଟ ଆଟାକ୍‌ ଆସିଥିଲା। ସେ ପାନ୍‌କ୍ରିଏଟିକ୍ ସମସ୍ୟାରେ ମଧ୍ୟ ପୀଡିତ। ରୋହିତ ଗତ କିଛି ମାସ ମଧ୍ୟରେ ଅନେକ ଥର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ସେ ବାରମ୍ବାର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୋହିଲ ବଳ ଅତ୍ୟଧିକ ମଦ୍ୟପାନ କରୁଥିଲେ। ମଦରୁ ମୁକ୍ତ ପାଇବା ପାଇଁ ସେ ସମୟ ସମୟରେ ନିଶା ମୁକ୍ତ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଥିଲେ। ଗତ ବର୍ଷ ନଭେମ୍ବରରେ ରୋହିତଙ୍କୁ ଗୁରୁତର ଅବସ୍ଥାରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପୁରୁଣା ବନ୍ଧୁ ଅର୍ଜୁନ ରାମପାଲ ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ। ତେବେ ଚିକିତ୍ସା ପରେ ରୋହିତ ସୁସ୍ଥ ହୋଇଥିଲେ।

୮ ମେ' ୧୯୬୧ରେ ଏହି ଫ୍ୟାଶନ ଡିଜାଇନର ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ଡିଜାଇନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପୋଷାକ ଡିଜାଇନ କରିଛନ୍ତି। ରୋହିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜିରୁ ଫ୍ୟାଶନ ଡିଜାଇନ ଅଧ୍ୟୟନ କରିଥିଲେ ଏବଂ ଏହା ପରେ ସେ ଡିଜାଇନ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe