ମିମିକ୍ରି ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖରବ। ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେ ଆଉ ନାହାନ୍ତି। ମୁମ୍ବାଇରେ ଆଜି ତାଙ୍କ ଦେହାନ୍ତ ହୋଇଛି। ସେ ବହୁ ଦିନ ଧରି କ୍ୟାନ୍‌ସରରେ ପୀଡିତ ଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ସେ ଫୁସ୍‌ଫୁସ୍ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। ତାଙ୍କ କ୍ୟାନ୍‌ସର ଲାଷ୍ଟ ଷ୍ଟେଜରେ ଥିଲା। ଏଥିଲାଗି ଡାକ୍ତରମାନେ ମଧ୍ୟ ସେ ଭଲ ହେବା ନେଇ […]

madhav

Madhupriya Mistry
  • Published: Sunday, 11 July 2021
  • , Updated: 11 July 2021, 05:43 PM IST

ମୁମ୍ବାଇ: ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖରବ। ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେ ଆଉ ନାହାନ୍ତି। ମୁମ୍ବାଇରେ ଆଜି ତାଙ୍କ ଦେହାନ୍ତ ହୋଇଛି। ସେ ବହୁ ଦିନ ଧରି କ୍ୟାନ୍‌ସରରେ ପୀଡିତ ଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ସେ ଫୁସ୍‌ଫୁସ୍ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। ତାଙ୍କ କ୍ୟାନ୍‌ସର ଲାଷ୍ଟ ଷ୍ଟେଜରେ ଥିଲା। ଏଥିଲାଗି ଡାକ୍ତରମାନେ ମଧ୍ୟ ସେ ଭଲ ହେବା ନେଇ ଅଶା ଛାଡି ଦେଇଥିଲେ ବୋଲି ତାଙ୍କ ଝିଅ ପ୍ରଚୀ ମୋଘେ କହିଛନ୍ତି।

ମାଧବ ‘ଦାମିନି’, ‘ଘାତକ’, ‘ବିନାଶକ’, ‘ପାର୍ଟନର’, ‘ମେନେ ପ୍ୟାର୍ କିୟୁଁ କିଆ’ ଭଳି ଫିଲ୍ମରେ ଅଭିନେତା ରୂପେ କାମ କରିସାରିଛନ୍ତି। କେବଳ ସେତିକି ନୁହେଁ ୮୦ ଦଶକ ସୁପରହିଟ୍ ଅଭିନେତା ସଞ୍ଜିବ କୁମାରଙ୍କ ଅବିକଳ ମିମିକ୍ରି କରିବାରେ ମଧ୍ୟ ସେ ବେଶ୍ ଜଣାଶୁଣା। ସେ ଅଭିନେତା ସହ ଜଣେ ଭଲ ହୋଷ୍ଟ ମଧ୍ୟ ଥିଲେ।

ସେ ଦେଶ ବିଦେଶରେ ଅନେକ କମେଡି ଶୋ’ କରିଛନ୍ତି। ଦିବଙ୍ଗତ ଅଭିନେତା ସଞ୍ଜିବ କୁମାରଙ୍କ ଅବିକଳ ନକଲ କରି ମାଧବ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ସଞ୍ଜିବ କୁମାରଙ୍କ ବ୍ୟତୀତ ସେ ଉତ୍ପଲ ଦତ୍ତ ଏବଂ ରାଜକୁମାରଙ୍କ ମିମିକ୍ରି ମଧ୍ୟ କରୁଥିଲେ।

ମାଧବ ହିନ୍ଦୀ ଫିଲ୍ମ ବ୍ୟତୀତ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ଟିଭି ସିରିଏଲ୍‌ରେ ମଧ୍ୟ ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

ସୂଚନା ମୁତାବକ, ୬୮ ବର୍ଷ ବୟସରେ ମାଧବ ମୋଘେଙ୍କ ପତ୍ନୀଙ୍କ ଜୁନ୍ ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ସେ ବହୁ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ମାଧବ ଅତ୍ୟନ୍ତ ଭାଙ୍ଗି ପଡିଥିଲେ।

Related story