Advertisment

ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ମଲ୍ଲିକା ରାଜପୁତ କଙ୍ଗନାଙ୍କ 'ରିଭଲଭର ରାଣୀ' ଫିଲ୍ମରେ ଅଭିନୟ କରିଥିଲେ।

Mallika Rajput

Mallika Rajput

Advertisment

ପ୍ରସିଦ୍ଧ ଅଭିନେତ୍ରୀ ତଥା ଜଣାଶୁଣା ଗାୟିକା ମଲ୍ଲିକା ରାଜପୁତ ଆଉ ନାହାନ୍ତି। ସନ୍ଦିଗ୍ଧ ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ବଲିଉଡର ଶୋକର ଛାୟା ଖେଳି ଯାଇଛି।

Advertisment

ଉତ୍ତରପ୍ରଦେଶର ସୀତାକୁଣ୍ଡ ସ୍ଥିତ ତାଙ୍କ ଘରେ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ଓରଫ୍‌ ମଲ୍ଲିକା ରାଜପୁତଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ଘର ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମକି ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି। ତେବେ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ମଲ୍ଲିକା ରାଜପୁତ କଙ୍ଗନାଙ୍କ 'ରିଭଲଭର ରାଣୀ' ଫିଲ୍ମରେ ଅଭିନୟ କରିଥିଲେ। ଏହାସହ ଗାୟକ ଶାନଙ୍କର ମ୍ୟୁଜିକ୍ ଆଲବମରେ ମଧ୍ୟ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ମଲ୍ଲିକା। କେବଳ ସେତିକି ନୁହେଁ ସେ ଅନେକ ଟିଭି ସିରିଏଲ୍‌ରେ ମଧ୍ୟ କାମ କରିଛନ୍ତି।

Advertisment
Mallika Rajputଅଭିନେତ୍ରୀ ମଲ୍ଲିକା ରାଜପୁତ

ବଲିଉଡ ବ୍ୟତୀତ ମଲ୍ଲିକା ରାଜନୀତିରେ ମଧ୍ୟ ପାଦ ଥାପିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଜେପି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଅଧ୍ୟାତ୍ମିକ ଆଡକୁ ମୁହାଁଇଥିଲେ।

Bollywood News Actress Suicide Mallika Rajput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe