Advertisment

ଲାଇଭ୍‌ କନ୍‌ସର୍ଟ ବେଳେ କୈଲାଶ ଖେର୍‌ଙ୍କ ଉପରେ ହମ୍‌ଲା

କନ୍‌ସର୍ଟକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ମଧ୍ୟ ଜମିଥିଲା। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ବଲିଉଡ ସିଙ୍ଗରଙ୍କ ଉପରକୁ ବୋତଲ ମାଡ଼ କରିଥିଲେ।

ଅଦ୍ୟତନ ହୋଇଛି
Kailash kher

Kailash kher

Advertisment

ବଲିଉଡର ଫେମସ୍‌ ସିଙ୍ଗର୍‌ କୈଲାଶ ଖେର୍‌ଙ୍କ ଉପରେ ହମ୍‌ଲା। ଲାଇଭ୍‌ କନ୍‌ସର୍ଟ ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀ କୈଲାଶ ଖେର୍‌ଙ୍କ ଉପରକୁ ବୋତଲ ଫିଙ୍ଗିଛନ୍ତି। ତେବେ ଏହି ଘଟଣା ପରେ ତୁରନ୍ତ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ, କର୍ଣ୍ଣାଟକ ହାମ୍ପିରେ କୈଲାଶ ଖେର୍‌ଙ୍କ କନସର୍ଟ ଚାଲିଥିଲା। ଏହି କନ୍‌ସର୍ଟକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ମଧ୍ୟ ଜମିଥିଲା। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ବଲିଉଡ ସିଙ୍ଗରଙ୍କ ଉପରକୁ ବୋତଲ ମାଡ଼ କରିଥିଲେ। ଏହା ପରେ ତୁରନ୍ତୁ ପୁଲିସ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲା।

ତିନି ଦିନ ଯାଏଁ ଚାଲିବାକୁ ଥିବା ହାମ୍ପି ଉତ୍ସବ ଜାନୁଆରୀ ୨୭ରୁ ଆରମ୍ଭ ହୋଇଥିଲା। ନୂଆ ବିଜୟନଗର ଜିଲ୍ଲା ହେବା ପରେ ପ୍ରଥମଥର ପାଇଁ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକମର ଉଦ୍‌ଘାଟନ କରିଥିଲେ। 

Advertisment

ଏହି କାର୍ଯ୍ୟକ୍ରମରେ ବଲିଉଡ ଓ କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ଭାଗ ନେଇଥିଲେ। କନ୍ନଡ ସିଙ୍ଗର ଅଜର୍ଜନ୍‌, ଜାନ୍ୟା, ବିଜୟ ପ୍ରକାଶ, ରଘୁ ଦିକ୍ଷୀତ ଓ ଅନନ୍ୟା ଭଟ୍ଟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପରଫରମାନ୍ସ କରିଥିଲେ। ଏହା ବ୍ୟତୀତ ବଲିଉଡର ଅରମାନ ମଲ୍ଲିକ ଓ କୈଲାଶ ଖେର୍‌ଙ୍କ ଭଳି ଫେମସ୍‌ ସିଙ୍ଗର ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ଜଲଓ୍ୱା ଦେଖାଇଥିଲେ। 

Kailash Kher Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe