Advertisment

ଆଖି ବୁଜିଲେ ଅଭିନେତା ଋତୁରାଜ ସିଂହ

ଗତ ରାତିରେ ବର୍ଷିୟାନ ଅଭିନେତା ଋତୁରାଜ ସିଂ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
TV Actor Rituraj Singh

TV Actor Rituraj Singh

ଟେଲିଭିଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା ଋତୁରାଜ ସିଂହ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।  

Advertisment

ଛୋଟ ପରଦାଠୁ ଆରମ୍ଭ କରି ଫିଲ୍ମ ଓ ୱେବ ସିରିଜରେ ନିଜ ଛାପ ଛାଡ଼ିଥିବା ଋତୁରାଜଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବି- ଟାଉନ୍‌ରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଫ୍ୟାନ୍ସଙ୍କୁ ଏହା ଗଭୀର ଧକ୍କା ଦେଇଛି।

ଅଭିନେତା ଅମିତ ବହଲ କହିଛନ୍ତି, ଗତ ରାତି ପ୍ରାୟ ସାଢେ ୧୨ଟାରେ ହୃଦଘାତରେ ଋତୁରାଜଙ୍କ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେଲା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର  ଘରକୁ ଫେରିବା ପରେ ସୋମବାର ମଧ୍ୟ ରାତ୍ରିରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

Advertisment

ନିଜ ଅଭିନୟ ଯାଦୁରେ ଭିନ୍ନ ଭିନ୍ନ ଚରିତ୍ରକୁ ଜୀବନ୍ତ କରି ପାରୁଥିଲେ ଋତୁରାଜ। ସେଥିପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରହିବା ସହ ଭଲ ପାଇବା ସାଉଣ୍ଟି ପାରୁଥିଲେ । ଜୀବନର ଶେଷ ସମୟରେ ସେ ‘ଅନୁପମା’ ସିରିଏଲରେ ଅଭିନୟ କରିଥିଲେ। ଏହାବାଦ ଋତୁରାଜ ହିଟଲର ଦିଦି, ଶପଥ, ଅଦାଲତ, ଆହଟ, ଦିୟା ଔର ବାତୀ ପରି ପପୁଲାର ସିରିଏଲରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି।

କେବଳ ସେତିକି ନୁହେଁ, ବଲିଉଡ ଫିଲ୍ମରେ ବି ସେ କାମ କରିଛନ୍ତି। ସେ ୟାରିୟାଁ-୨, ସତ୍ୟମେବ ଜୟତେ ୨, ଦ ମାଷ୍ଟରପିସ୍‌, ବଦ୍ରିନାଥ କି ଦୁଲୟନିୟା ପରି ହିଟ୍‌ ଫିଲ୍ମରେ ଋତୁରାଜ ଅଭିନୟ କରିଛନ୍ତି।

ଏହାବାଦ ସେ ବହୁ ୱେବ ସିରିଜିରେ ବି ଅଭିନୟ କରି ଦର୍ଶକଙ୍କ ତାଳି ସାଉଣ୍ଟିଛନ୍ତି। ଇଣ୍ଡିଆନ ପୁଲିସ୍‌ ଫୋର୍ସ, ମେଡ ଇନ୍‌ ହେଭେନ, କ୍ରିମିନାଲ ଜଷ୍ଟିସ୍‌ ଆଦି ୱେବ ସିରିଜିରେ ସେ ଦମଦାର ଅଭିନୟ କରିଛନ୍ତି। 

ପୂର୍ବରୁ ଗତ ବର୍ଷ ‘ଅନୁପମା’ ସିରିଏଲର ଆଉ ଜଣେ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା। ୨୦୨୩ ମେ’  ୨୩ ତାରିଖରେ ‘ଅନୁପମା’ ସିରିଏଲର ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେ ମଧ୍ୟ ହୃଦଘାତରେ ଆଖି ବୁଜିଥିଲେ। 

Bollywood Hearth Attack