Advertisment

ବିବାହକୁ ନେଇ ଜବାବ ରଖିଲେ ତାପସୀ ପନ୍ନୁ, କହିଲେ...

ବିବାହ ପ୍ଲାନିଂ ନେଇ ଜଣେ ଫଲୋୟରଙ୍କ ପ୍ରଶ୍ନର ଉତ୍ତରରେ କହିଲେ "ମୁଁ ଏପର୍ଯ୍ୟନ୍ତ ଗର୍ଭବତୀ ହୋଇନାହିଁ..."

ଅଦ୍ୟତନ ହୋଇଛି
 Taapsee Pannu reacts on her marriage

Taapsee Pannu reacts on her marriage

Advertisment

ବଦଳିଗଲାଣି କି ବିବାହର ସଂଜ୍ଞା? କାହା ପାଇଁ ବଦଳୁ କି ନ ବଦଳୁ, ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପାଇଁ କିନ୍ତୁ ବଦଳି ଯାଇଛି। ତାଙ୍କ ସଂଜ୍ଞା ଅନୁସାରେ "ଜଣେ ଯୁବତୀ ଗର୍ଭବତୀ ହେଲେ ଯାଇ ବିବାହ କରିପାରିବ।" ବିବାହର ଏ ସଂଜ୍ଞାକୁ ନିଜେ ସ୍ପଷ୍ଟ କରିଛନ୍ତି ତାପସୀ। 

Advertisment

ନିକଟରେ ଇନଷ୍ଟାଗ୍ରାମ ପୋଷ୍ଟରେ "Ask Me Anything" ସେୟାର୍ କରିଥିଲେ ତାପସୀ ପନ୍ନୁ। ଏଥିରେ ତାଙ୍କର ଫଲୋୟର୍ସ ମଧ୍ୟ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ବିବାହ ପ୍ଲାନିଂ ନେଇ ଜଣେ ଫଲୋୟର୍ ତାପସୀଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ତାପସୀ କହିଛନ୍ତି ଯେ, "ମୁଁ ଏପର୍ଯ୍ୟନ୍ତ ଗର୍ଭବତୀ ହୋଇନାହିଁ। ଯେତେବେଳେ ବିବାହ କରିବି ନିଶ୍ଚିତ ରୂପେ ସମସ୍ତଙ୍କୁ ଜଣାଇବି।" 

ଏହାପୂର୍ବରୁ, ପିଙ୍କଭିଲ୍ଲାକୁ ଦେଇଥିବା ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, "ଯେତେବେଳେ ମୁଁ ସନ୍ତାନ ପ୍ରସବ କରିବାକୁ ଚାହିଁବି ସେତେବେଳେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚାହୁଁଛି ବୋଲି ଧରିନେବେ। ମୁଁ ବିବାହ ପାଇଁ ଏକ ବିଶାଳ ଆୟୋଜନ କରିବାକୁ ଚାହୁଁନାହିଁ। ଘନିଷ୍ଠ ବନ୍ଧୁ ଏବଂ ପରିବାରକୁ ନେଇ ଗୋଟିଏ ଦିନର ପ୍ରୋଗ୍ରାମ ରହିବ।" ଗୋଟିଏ ଦିନରୁ ଅଧିକ ଦିନର ମ୍ୟାରେଜ୍ ପ୍ରୋଗ୍ରାମ୍ କ୍ଲାନ୍ତକାରୀ ବୋଲି ତାପସୀ କହିଥିଲେ।

Advertisment

ବର୍ତ୍ତମାନ ତାପସୀ ମାଥିଆସ୍ ବୋଇଙ୍କ ସହ ରିଲେସନସିପରେ ଅଛନ୍ତି। ତାପସୀ ପ୍ରାୟ ସମୟ ମାଥିଆସ୍ ଏବଂ ଭଉଣୀ ଶଗୁନ୍ ପନ୍ନୁଙ୍କ ସହ ବୁଲାବୁଲି କରୁଥିବା ନଜର ଆସିଥାନ୍ତି। 

Taapsee Pannu Marriage Taapsee Pannu Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe