Advertisment

ଆଜି ଫରହାନଙ୍କ ସଙ୍ଗୀତ, କାଲି ବାହାଘର

ମୁମ୍ବାଇ: ସରିଲା ମେହେନ୍ଦୀ। ଆଜି ହଳଦୀ ଓ ସଙ୍ଗୀତ ସେରେମୋନି। ଆସନ୍ତାକାଲି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର। ଏଥିପାଇଁ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅଖତର ପରିବାରରେ ଜମିଛି ଭିଡ। ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟିମାନେ ତାଙ୍କ ଘରେ ପକାଇଛନ୍ତି ଡେରା। ଗତକାଲି ଫରହାନ ଓ ଶିବାନୀଙ୍କ ମେହେନ୍ଦୀ ସେରେମୋନି ଥିଲା। ଆଜି ଉଭୟଙ୍କ ହଳଦୀ ଓ ସଙ୍ଗୀତ। ଆସନ୍ତାକାଲି […]

author-image
Madhupriya Mistry
ଆଜି ଫରହାନଙ୍କ ସଙ୍ଗୀତ, କାଲି ବାହାଘର

Farhan akhtar and shibani

ମୁମ୍ବାଇ: ସରିଲା ମେହେନ୍ଦୀ। ଆଜି ହଳଦୀ ଓ ସଙ୍ଗୀତ ସେରେମୋନି। ଆସନ୍ତାକାଲି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର। ଏଥିପାଇଁ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅଖତର ପରିବାରରେ ଜମିଛି ଭିଡ। ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟିମାନେ ତାଙ୍କ ଘରେ ପକାଇଛନ୍ତି ଡେରା।

Advertisment

ଗତକାଲି ଫରହାନ ଓ ଶିବାନୀଙ୍କ ମେହେନ୍ଦୀ ସେରେମୋନି ଥିଲା। ଆଜି ଉଭୟଙ୍କ ହଳଦୀ ଓ ସଙ୍ଗୀତ। ଆସନ୍ତାକାଲି ତଥା ୧୯ ତରିଖରେ ମୁମ୍ବାଇ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ସାତ ଫେରା ନେବେ ଫରହାନ। ତେବେ ଏହି ବିବାହରେ କେବଳ ଫରହାନଙ୍କ ପରିବାର ଲୋକେ ଏବଂ ତାଙ୍କ ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ।

Farhan Akhtar, Shibani Dandekar pre-wedding festivities begin; Shabana  Azmi, Anusha Dandekar dazzle in yellow | Entertainment News,The Indian  Express

ତେବେ ବିବାହ ପୂର୍ବରୁ ଫରହାନ ଓ ଶିବାନୀଙ୍କ ହଳଦୀ ସେରେମୋନିର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଫରହାନଙ୍କ ଭାବି ପତ୍ନୀ ଶିବାନୀ 'ଆଖଁ ମାରେ...' ଗୀତରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍‌ମାନଙ୍କୁ ତାଙ୍କ କୁଲ୍‌ ଅନ୍ଦାଜ ବେଶ୍‌ ପସନ୍ଦ ଆସିଛି।

Advertisment

ସବୁଠାରୁ ମଜା କଥା ହେଉଛି ଫରହାନ ମୁସଲିମ୍‌ ହୋଇଥିବା ବେଳେ ଶିବାନୀ ହେଉଛନ୍ତି ମରାଠି। ତେଣୁ ଉଭୟଙ୍କ ବିବାହ ମହାରାଷ୍ଟ୍ରିଅନ୍‌ ରତିନୀତିରେ ହେବ ବୋଲି ସୂଚନା ମିଳିଛି। ଗୁରୁବାର ଫରହାନ ଅଖତରଙ୍କ ମା’ ହନି ଇରାନୀ ବିବାହର ତାରିଖ ନେଇ ସୂଚନା ଦେଇଛନ୍ତି।

Farhan Akhtar-Shibani Dandekar Mehendi: Anusha Dandekar, Rhea Chakraborty  Dance on Mehendi Laga Ke Rakhna- Watch Videos

ସୂଚନା ମୁତାବକ, ଗତ ୪ବର୍ଷରୁ ଫରହାନ ଓ ଶିବାନୀ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୯ରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ହନି ଇରାନୀ କହିଛନ୍ତି, ବିବାହ ପୂର୍ବରୁ ସମସ୍ତ ରୀତିନୀତି ଆରମ୍ଭ ହୋଇଥିବା ବେଳେ ଘରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଶିବାନୀଙ୍କ ଘନିଷ୍ଠ ବନ୍ଧୁମାନେ ଏକ ମେହେନ୍ଦୀ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି।

ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହେବେ । ବିବାହ ପରେ ଫରହାନ ଓ ଶିବାନୀ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ।