Advertisment

ରିଲିଜ ପରେ 'ପଠାନ୍‌'କୁ ବିରୋଧ, ପଥରମାଡ଼ ସାଙ୍ଗକୁ ହଲ୍‌ ଭିତରେ ହଙ୍ଗାମା

ଗୋଟିଏ ପଟେ ଏହି ଫିଲ୍ମର ଆଗୁଆ ବୁକିଂ କରି ଦର୍ଶକ ହଲ୍‌ ବାହାରେ ଭିଡ ଜମାଇଥିବା ବେଳେ ଆଉ ଗୋଟେପଟେ ବିରେଧୀ କରିଛନ୍ତି ହଙ୍ଗାମା। ଏପରିକି ହଲ୍‌ ଭିତରେ ଚାଲିଥିବା ଶୋ'କୁ ମଧ୍ୟ ଅଧାରେ ଅଟକାଇ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Film Pathan review

Film Pathan review

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ୍‌। ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରିଛନ୍ତି କିଙ୍ଗ ଅଫ୍‌ ରୋମାନ୍ସ ଶାହରୁଖ ଖାନ୍। ଏଥିର ରୋମାନ୍ସ ବଦଳରେ ଦେଖାଇଛନ୍ତି ସେ ଜୋରଦାର ଆକ୍ସନ। ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ'ଣ।

Advertisment

ତେବେ ବିବାଦ ଭିତରେ ଆଜି ଶାହରୁଖଙ୍କ ଏହି ଫିଲ୍ମ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ଏହାକୁ ଆହୁରି ଜୋରଦାର ବିରୋଧ କରାଯାଇଛି। ଗୋଟିଏ ପଟେ ଏହି ଫିଲ୍ମର ଆଗୁଆ ବୁକିଂ କରି ଦର୍ଶକ ହଲ୍‌ ବାହାରେ ଭିଡ ଜମାଇଥିବା ବେଳେ ଆଉ ଗୋଟେପଟେ ବିରେଧୀ କରିଛନ୍ତି ହଙ୍ଗାମା। ଏପରିକି ହଲ୍‌ ଭିତରେ ଚାଲିଥିବା ଶୋ'କୁ ମଧ୍ୟ ଅଧାରେ ଅଟକାଇ ଦେଇଛନ୍ତି।

Protest on pathanଫିିଲ୍ମ ପଠାନର ରିଲିଜକୁ ନେଇ ବିରୋଧ

ବିଭିନ୍ନ ସହରରେ ଫିଲ୍ମ ରିଲିଜକୁ ବିରୋଧ କରାଯାଇଛି। ହିନ୍ଦୁ ଜାଗରଣ ମଞ୍ଚର ଲୋକେ କର୍ଣ୍ଣାଟକର କଲାଇବୁର୍ଗିରେ ଫିଲ୍ମ ପଠାନ୍‌ର ସ୍କ୍ରିନିଂକୁ ବିରୋଧ କରିଛନ୍ତି। ଶେଟ୍ଟୀ ଥିଏଟର୍‌ ସାମ୍ନାରେ ବିକ୍ଷୋଭକାରୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଏପରିକି ଥିଏଟର୍‌ ଉପରକୁ ସେମାନେ କରିଛନ୍ତି ପଥରମାଡ। ଏହାକୁ ଦେଖି ହଲ୍‌ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Advertisment

ସେପଟେ ଇନ୍ଦୋରରେ ମଧ୍ୟ ହିନ୍ଦୁ ସଙ୍ଗଠନଗୁଡିକ ଫିଲ୍ମକୁ ବିରୋଧ କରି ହଲ୍‌ ବାହାରେ ହନୁମାନ ଚାଳିଶା ପାଠ କରିଛନ୍ତି। ହାତରେ ବାଡ଼ି ଧରି ସେମାନେ ଜୟ ଶ୍ରୀରାମ ନାରା ଦେଇଥିବା ଦେଖିବାକୁ ମିଳିଛି।

Protestଫିଲ୍ମ ପଠାନକୁ ବିରୋଧ କରି ହଲ୍‌ ବାହାରେ ଜାଳିଲେ ପୋଷ୍ଟର୍‌

ଏହି ବିରୋଧର ପ୍ରଭାବ ଏବେ ଥିଏଟର୍‌ ମାଲିକଙ୍କ ଉପରେ ପଡିଛି। ରଙ୍ଗମହଲ ଟକିଜ୍‌ର ମାଲିକ ବିରୋଧ ପରେ ହଲ୍‌ରେ ଲାଗିଥିବା ଫିଲ୍ମ 'ପଠାନ'ର ପୋଷ୍ଟରକୁ କାଢ଼ି ଦେଇଛନ୍ତି। ଏଠାରେ ଫିଲ୍ମ ସ୍କ୍ରିନିଂ ମଧ୍ୟ ବନ୍ଦ କରି ଦିଆଯାଇଛି। ବିଭିନ୍ନ ସ୍ଥାନରେ ଫିଲ୍ମର ପୋଷ୍ଟରକୁ ଜାଳି ମଧ୍ୟ ଦେଇଛନ୍ତି।

ଅନ୍ୟପଟେ ଫାର୍ଷ୍ଟ ଡେ' ଫାଷ୍ଟ ଶୋ' ଦେଖିଥିବା ଦର୍ଶକ ଫିଲ୍ମ ପଠାନ୍‌କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଶାହରୁଖ ଖାନ୍‌ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ପୁଣି ଥରେ ହୃଦୟ ଜିତିବା ସହ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛନ୍ତି। ଚଳିତ ବର୍ଷର ଏହା ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି କୁହାଯାଉଛି।

Bollywood News Shah Rukh Khan