Advertisment

‘ଦ କଶ୍ମୀର ଫାଇଲ୍ସ’ ଏକ ଅଶ୍ଳୀଳ ଫିଲ୍ମ: IFFI ଜୁରୀ ମୁଖ୍ୟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିକଟରେ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି। ଏଥିରେ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ଦ କଶ୍ମୀର ଫାଇଲ୍ସ ମଧ୍ୟ ସାମିଲ ଥିଲା। ତେବେ ଆଇଏଫ୍‌ଏଫ୍‌ଆଇ ମୁଖ୍ୟ ଜୁରୀ ପକ୍ଷରୁ ଏହି ଫିଲ୍ମକୁ ନିନ୍ଦା କରାଯାଇଛି। ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ଫିଲ୍ମ ବୋଲି କୁହାଯାଇଛି। ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ର ଜୁରୀ […]

‘ଦ କଶ୍ମୀର ଫାଇଲ୍ସ’ ଏକ ଅଶ୍ଳୀଳ ଫିଲ୍ମ: IFFI ଜୁରୀ ମୁଖ୍ୟ

the kashmir files

Advertisment

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିକଟରେ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି। ଏଥିରେ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ଦ କଶ୍ମୀର ଫାଇଲ୍ସ ମଧ୍ୟ ସାମିଲ ଥିଲା। ତେବେ ଆଇଏଫ୍‌ଏଫ୍‌ଆଇ ମୁଖ୍ୟ ଜୁରୀ ପକ୍ଷରୁ ଏହି ଫିଲ୍ମକୁ ନିନ୍ଦା କରାଯାଇଛି। ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ଫିଲ୍ମ ବୋଲି କୁହାଯାଇଛି। ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ର ଜୁରୀ ମୁଖ୍ୟ ତଥା ଇସ୍ରାଏଲ୍ ଫିଲ୍ମ ମେକର ନାଦବ ଲ୍ୟାପିଡଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ନାଦବ ଲ୍ୟାପିଡ ଆହୁରି କହିଛନ୍ତି, ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ପ୍ରକାରର ଫିଲ୍ମକୁ ଦେଖି ମୁ ଚକିତ । ଫିଲ୍ମ ମହୋତ୍ସବରେ ଏହି ପ୍ରକାରର ଫିଲ୍ମର ସ୍କ୍ରିନିଂକୁ ଦେଖି ସମସ୍ତ ଜୁରୀ ସଦସ୍ୟ ସ୍ତବ୍ଧ ଅଛନ୍ତି । କିଭଳି ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଲା ତାକୁ ନେଇ ବି ମୁଁ ଚକିତ ବୋଲି ସେ କହିଛନ୍ତି।

https://twitter.com/nitinagarwalINC/status/1597272884279644160?s=20&t=tqFWZexDs_9cy7Ed0almUw

Advertisment

ଆଇଏଫ୍‌ଏଫ୍‌ଆଇ ଜୁରୀ ମୁଖ୍ୟଙ୍କ ଏଭଳି ବୟାନକୁ ନେଇ ଅନେକ ଫିଲ୍ମ କଳାକାର ବର୍ଷିଛନ୍ତି । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି କହିଛନ୍ତି, ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲ୍ୟାପିଡ୍ ଦ କଶ୍ମୀର ଫାଇଲ୍ସକୁ ଅଶ୍ଳୀଳ କହି ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଉପହାସ କରିଛନ୍ତି। ସେ ୭ ଲକ୍ଷ କଶ୍ମୀର ପଣ୍ଡିତଙ୍କ ଅପମାନ କରିଛନ୍ତି। ଏହା ଭାରତୀୟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ର ବିଶ୍ୱସନୀୟତା ପ୍ରତି ବଡ ଝଟ୍‌କା।

https://twitter.com/ashokepandit/status/1597296709490860032?s=20&t=fjEcuzpiyvB3OIhSLWIZ6g

ସେହିପରି ଅଭିନେତା ଅନୁପମ ଖେର୍ ମଧ୍ୟ ଆଇଏଫ୍‌ଏଫ୍‌ଆଇ ଜୁରୀ ମୁଖ୍ୟଙ୍କ ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ଟାର୍ଗେଟ୍ କରି କହିଛନ୍ତ, ‘ମିଛର ଉଚ୍ଚତା ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ସର୍ବଦା ଛୋଟ।’

https://twitter.com/AnupamPKher/status/1597293128767385602?s=20&t=UP46uWIcGymZ35bSMeDCEQ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସରେ ୧୯୯୦ରେ କଶ୍ମୀର ଘାଟିରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାରର ଯନ୍ତ୍ରଣାକୁ ଚିତ୍ରିତ କରାଯାଇଛି। ଏହି ଫିଲ୍ମ ଜରିଆରେ କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ଓ ତାଙ୍କ ସଂଘର୍ଷର ହୃଦୟ ବିଦାରକ କାହାଣୀକୁ ଦର୍ଶାଯାଇଛି। ଏଥିସହ ଧର୍ମ, ରାଜନୀତି ଏବଂ ମାନବିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe