Advertisment

Dharmendra: ଭେଣ୍ଟିଲେଟରରେ ମହାନ ଅଭିନେତା ଧର୍ମେନ୍ଦ୍ର

ଡିସେମ୍ବର ୮ରେ ୯୦ ବର୍ଷରେ ପାଦ ଦେବାକୁ ଯାଉଥିବା ଧର୍ମେନ୍ଦ୍ର ନିକଟରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Hemant Lenka
Dharmendra

ଅଭିନେତା ଧର୍ମେନ୍ଦ୍ର

ସିନେମା ଜଗତର ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଛି। ଏଥିପାଇଁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଭେଣ୍ଟିଲେଟର ସହାୟତାରେ କରାଯାଉଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କିନ୍ତୁ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଧର୍ମେନ୍ଦ୍ରଙ୍କ ଟିମ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ରହିଛନ୍ତି। ବିଦେଶରେ ଥିବା ସମ୍ପର୍କୀୟ ଓ ଅନ୍ୟମାନଙ୍କୁ ଭାରତ ଡକାଯାଇଥିବା ମଧ୍ୟ ଜଣାପଡ଼ିଛି।

ଡିସେମ୍ବର ୮ରେ ୯୦ ବର୍ଷରେ ପାଦ ଦେବାକୁ ଯାଉଥିବା ଧର୍ମେନ୍ଦ୍ର(Actor Dharmendra) ନିକଟରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ଦିନ ହେବ ହସ୍ପିଟାଲରେ ଥିବା ଧର୍ମେନ୍ଦ୍ରଙ୍କ ଅବସ୍ଥା ଏବେ ଅଧିକ ଜଟିଳ ହୋଇଛି।

Advertisment

ଏପ୍ରିଲ ମାସରେ ସେ ନିଜ ଆଖିର ଅପରେସନ ମଧ୍ୟ କରିଥିଲେ। ବୟସ ଅଧିକ ହୋଇ ଯାଇଥିବାରୁ ସେ ନିୟମିତ ଅସୁସ୍ଥ ହେଉଥିବା ଖବର ତାଙ୍କ ଫ୍ୟାନ୍ସକୁ ବିଚଳିତ କରୁଛି। 

୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ।

ତାଙ୍କୁ ଶେଷଥର ପାଇଁ ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ। ଏହି ସିନେମା ଜରିଆରେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଡେବ୍ୟୁ କରିବେ। ତେଣୁ ପୂରା ବଲିଉଡ(Bollywood)ର ନଜର ଏହି ସିନେମା ଉପରେ ରହିଛି। 

Bollywood Actor Dharmendra