ଫିଲ୍ମ ନିର୍ମାତା ବୋନି କପୁରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ମାତା ବୋନି କପୁର। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା।  ତାଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା। ସାଇବର୍‌ ଠକେଇର ଶିକାର ହେଲେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବାପା। ବୋନି କପୁର ସାଇବର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ଆକାଉଣ୍ଟରୁ ପାଖାପାଖି ୪ ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ବୋନି ମୁମ୍ବାଇ ପୁଲିସରେ […]

boney kapoor janhvi kapoor and khusi kapoor

boney kapoor janhvi kapoor and khusi kapoor

Madhupriya Mistry
  • Published: Saturday, 28 May 2022
  • Updated: 28 May 2022, 01:03 PM IST

Sports

Latest News

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ମାତା ବୋନି କପୁର। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା।  ତାଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା। ସାଇବର୍‌ ଠକେଇର ଶିକାର ହେଲେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବାପା।

ବୋନି କପୁର ସାଇବର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ଆକାଉଣ୍ଟରୁ ପାଖାପାଖି ୪ ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ବୋନି ମୁମ୍ବାଇ ପୁଲିସରେ ଅଭିଯୋଗ କରିଛନ୍ତି। ମୁମ୍ବାଇର ଅମ୍ବୋଲି ପୁଲିସ ଷ୍ଟେସନକୁ ବୁଧାବାର ସୂଚନା ମିଳିବା ପରେ ମାମଲା ରୁଜୁ ହୋଇଛି।

ବୋନି କପୁରଙ୍କ ଅଭିଯୋଗ ମୁତାବକ, କେହି ଜଣେ ଦୁର୍ବୃତ୍ତ ତାଙ୍କ କ୍ରେଡିଟ୍‌ କାର୍ଡରୁ ପାଞ୍ଚ ଥର ଟ୍ରାଞ୍ଜେକସନ କରି ୩ ଲକ୍ଷ ୮୨ ହଜାର ଟଙ୍କା କାଢ଼ି ନେଇଛନ୍ତି। ତାଙ୍କ ଠାରୁ କ୍ରେଡିଟ୍‌ କାର୍ଡ ନେଇ କେହି କୌଣସି ତଥ୍ୟ ମାଗିନଥିଲେ। ଏଥିସହ ତାଙ୍କ ପନାଖକୁ କୌଣସି ଫୋନ୍‌ କଲ୍‌ ମଧ୍ୟ ଯାଇନଥିଲା।

ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରାଯାଇଛି। ତା’ପରେ ସେ ବ୍ୟାଙ୍କ ସହିତ କଥା ହୋଇଥିଲେ। ଏହା ପରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ବୋଲି ବୋନି କହିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ ସେମାନେ ସନ୍ଦେହ କରୁଛନ୍ତି ଯେ ବୋନି କପୁର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜଣେ ତାଙ୍କ ତଥ୍ୟ ବାହାର କରିଛନ୍ତି। ଅନୁସନ୍ଧାନରୁ ପୁଲିସ ସୂଚନା ପାଇଛି ଯେ ବୋନି କପୁରଙ୍କ ଆକାଉଣ୍ଟରୁ ଗୁରୁଗ୍ରାମର ଏକ କମ୍ପାନୀର ଆକାଉଣ୍ଟକୁ ଟଙ୍କା ଯାଇଛି। ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଛି।

ବଲିଉଡର ପପୁଲାର ଫିଲ୍ମ ପ୍ରଡ୍ୟୁସରଙ୍କ ମଧ୍ୟରୁ ବୋନି କପୁର ଜଣେ। ସେ 'ମିଷ୍ଟର ଇଣ୍ଡିଆ', 'ନୋ ଏଣ୍ଟ୍ରି', 'ଜୁଦାଇ', 'ୱାଣ୍ଟେଡ୍‌' ଓ 'ମମ୍‌' ଭଳି ଅନେକ ସୁପରହିଟ୍‌ ଫିଲ୍ମରେ ପ୍ରଯୋଜନା ଦେଇସାରିଛନ୍ତି। ସେ ଶୀଘ୍ର ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ତିଆରି ଫିଲ୍ମରେ ନଜର ଆସିବେ। ରଣବୀର କପୁର ଅଭିନୀତ ଏହି ଫିଲ୍ମରେ ତାଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିବ। ଏହା ବୋନିଙ୍କ ଜଣେ ଅଭିନେତା ଭାବେ ବଲିଉଡ ଡେବ୍ୟୁ ଫିଲ୍ମ ହେବ। ଏଥିରେ ଫିମେଲ ଲିଡ୍‌ ଭାବେ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos