ବନ୍ଧା ହେଲେ ପତ୍ନୀଙ୍କ ଉପରେ କାର୍ ଚଢ଼ାଇଥିବା ଫିଲ୍ମ ପ୍ରଡ୍ୟୁସର୍‌

ମୁମ୍ବାଇ: ବନ୍ଧା ହେଲେ ବିବାଦୀୟ ଫିଲ୍ମ ପ୍ରଡ୍ୟୁସର୍ କମଲ କିଶୋର ମିଶ୍ରା। ପତ୍ନୀଙ୍କ ଉପରେ କର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ଶୁକ୍ରବାର କମଲ କିଶୋର ମିଶ୍ରାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ପୁଲିସ। ମୁମ୍ବାଇର ଅମ୍ବୋଲି ପୁଲିସ ଷ୍ଟେସନରେ ଫିଲ୍ମ ପ୍ରଡ୍ୟୁସର କମଲ୍ କିଶୋର ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅକ୍ଟୋବର ୧୯ ତାରିଖରେ ଅନ୍ଧେରୀ ୱେଷ୍ଟ ସ୍ଥିତ ରେସିଡେନ୍‌ସିଆଲ୍ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ […]

kamal-kishore-mishra

Madhupriya Mistry
  • Published: Saturday, 29 October 2022
  • , Updated: 29 October 2022, 02:39 PM IST

ମୁମ୍ବାଇ: ବନ୍ଧା ହେଲେ ବିବାଦୀୟ ଫିଲ୍ମ ପ୍ରଡ୍ୟୁସର୍ କମଲ କିଶୋର ମିଶ୍ରା। ପତ୍ନୀଙ୍କ ଉପରେ କର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ଶୁକ୍ରବାର କମଲ କିଶୋର ମିଶ୍ରାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ପୁଲିସ।

ମୁମ୍ବାଇର ଅମ୍ବୋଲି ପୁଲିସ ଷ୍ଟେସନରେ ଫିଲ୍ମ ପ୍ରଡ୍ୟୁସର କମଲ୍ କିଶୋର ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅକ୍ଟୋବର ୧୯ ତାରିଖରେ ଅନ୍ଧେରୀ ୱେଷ୍ଟ ସ୍ଥିତ ରେସିଡେନ୍‌ସିଆଲ୍ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ କମଲ୍ କିଶୋର ମିଶ୍ରା ତାଙ୍କ ପତ୍ନୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ ଫ୍ୟାକ୍‌ଚର ହେବା ସହ ତାଙ୍କ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି।

କାର୍ ଭିତରେ ନିଜ ପ୍ରେମିକା ସହ କମଲ କିଶୋର ମିଶ୍ରା ରୋମାନ୍ସ କରୁଥିବା ବେଳେ ତାଙ୍କ ପତ୍ନୀ ତାଙ୍କୁ ଧରିଥିଲେ। ଏହାପରେ କାର୍‌ର କାଚ ବାଡ଼େଇ ଡୋର୍ ଖୋଲିବାକୁ କହିଥିଲେ। କିନ୍ତୁ କମଲ କାର୍ କବାଟ ଖୋଲିବା ବଦଳରେ ପତ୍ନୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ଫେରାର ମଧ୍ୟ ହୋଇଯାଇଥିଲେ।

Related story