Advertisment

ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟଙ୍କ 'ସମ୍ରାଟ ପୃଥ୍ୱୀରାଜ'

ଲକ୍ଷ୍ନୌ: ଟ୍ୟାକ୍ସ ଫ୍ରି’ ହେଲା ବଲିଉଡର ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’। ଉତ୍ତର ପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରିମଣ୍ଡଳ ସହ ମିଶି ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ଏହି ଫିଲ୍ମ ଦେଖିଥିଲେ। ଏହାପରେ ଫିଲ୍ମକୁ ସେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଛନ୍ତି। ଗୁରୁବାର ଦିନ ଉତ୍ତରପ୍ରଦେଶ ଲୋକସଭା ଭବନରେ ‘ସମ୍ରାଟ ପୃଥ୍ୱୀରାଜ’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା। […]

ଅଦ୍ୟତନ ହୋଇଛି
ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟଙ୍କ 'ସମ୍ରାଟ ପୃଥ୍ୱୀରାଜ'

Akshya Kumar

Advertisment

ଲକ୍ଷ୍ନୌ: ଟ୍ୟାକ୍ସ ଫ୍ରି' ହେଲା ବଲିଉଡର ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ 'ସମ୍ରାଟ ପୃଥ୍ୱୀରାଜ'। ଉତ୍ତର ପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରିମଣ୍ଡଳ ସହ ମିଶି ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ଏହି ଫିଲ୍ମ ଦେଖିଥିଲେ। ଏହାପରେ ଫିଲ୍ମକୁ ସେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଛନ୍ତି।

Advertisment

ଗୁରୁବାର ଦିନ ଉତ୍ତରପ୍ରଦେଶ ଲୋକସଭା ଭବନରେ 'ସମ୍ରାଟ ପୃଥ୍ୱୀରାଜ' ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା। ଫିଲ୍ମର ସ୍କ୍ରିନିଂ ବେଳେ ଲିଡ୍‌ ଅଭିନେତା ଅକ୍ଷୟ କୁମାର, ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ଓ ନିର୍ଦ୍ଦେଶକ ଡ. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ମଧ୍ୟ ଉପସ୍ଥିତ ଥିଲେ।

https://twitter.com/ANINewsUP/status/1532279579339259904?s=20&t=3AByJCvONMCbnexr4wGsug

Advertisment

ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପତ୍ନୀ ସୋନଲ ଓ ପୁଅ ଜୟ ଶାହଙ୍କ ସହ ମିଶି ବୁଧବାର ଦିଲ୍ଲୀରେ 'ସମ୍ରାଟ ପୃଥ୍ୱୀରାଜ' ଫିଲ୍ମର ସ୍ପେଶାଲ ସ୍କ୍ରିନିଂରେ ସାମିଲ ହୋଇଥିଲେ। ଫିଲ୍ମ ଦେଖିବା ପାରେ ସେ ସମସ୍ତ କଳାକାର ଓ କ୍ରୁ ମେମ୍ବରଙ୍କ ପ୍ରଶଂସା କରିଥିଲେ। ଏଥିସହ ସେ କହିଥିଲେ, ଜଣେ ଇତିହାସ ଛାତ୍ର ଭାବରେ ସେ କେବଳ ଭାରତର ସାଂସ୍କୃତିକ ଯୁଦ୍ଧକୁ ଚିତ୍ରଣ କରୁଥିବା ଫିଲ୍ମ ଦେଖିବାରେ ଆନନ୍ଦିତ ନୁହଁନ୍ତି, ବରଂ ଏହି ଫିଲ୍ମରେ ଭାରତୀୟଙ୍କୁ ଯେଉଁଭଳି ଦର୍ଶାଯାଇଛି ସେଥିରେ ସେ ହଜି ଯାଇଛନ୍ତି। ୧୩ ବର୍ଷ ପରେ ସେ ନିଜ ପରିବାର ସହିତ ମିଶି ଥିଏଟରରେ ବସି ଫିଲ୍ମ ଦେଖିଥିଲେ। ଏହା ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଥିଲା ବୋଲି ଗୃହମନ୍ତ୍ରୀ କହିଥିଲେ।yogi watch film

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ଫିଲ୍ମ 'ସମ୍ରାଟ ପୃଥ୍ୱୀରାଜ' ବଡ ପରଦାରେ ୱାର୍ଲ୍ଡୱାଇଡ ରିଲିଜ ହେବାକୁ ଯାଉଛି। ଏହାରି ଭିତରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ କୁଏତରେ ବ୍ୟାନ୍‌ କରି ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ଫିଲ୍ମକୁ ଏଠାରେ ରିଲିଜ କରାଯିବ ନାହିଁ ବୋଲି କୁଏତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେଡ୍‌ ଆନାଲିଟିକ୍ସ ଗିରିଶ ଜୋହର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ମଧ୍ୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ନାଁକୁ ନେଇ ଅନେକ ବିବାଦ ଉପୁଜିଥିଲା। ପ୍ରଥମେ ଏହି ଫିଲ୍ମର ନାଁ 'ପୃଥ୍ୱୀରାଜ' ଥିଲା। ଏହାକୁ କରଣୀ ସେନା ବିରୋଧ କରିଥିଲା। ପରେ ଫିଲ୍ମ ମେକର୍ସ ଏହି ନାଁକୁ ବଦଳାଇ 'ସମ୍ରାଟ ପୃଥ୍ୱୀରାଜ' କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe