Advertisment

୬୯ତମ ଫିଲ୍ମ ଫେୟାର ଆୱାର୍ଡ; କପୁର କପଲ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

'12th Fail'କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। 'Joram'କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି।

ଅଦ୍ୟତନ ହୋଇଛି
FilmFare Award

FilmFare Award

Advertisment

ଗୁଜରାଟର ଗାନ୍ଧି ନଗରରେ ଆୟୋଜିତ ହୋଇ ଯାଇଛି ୬୯ତମ ଫିଲ୍ମ ଫେୟାର ଆୱାର୍ଡ କାର୍ଯ୍ୟକ୍ରମ। ଗତ ରାତିରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବଲିଉଡର ପ୍ରାୟତଃ ବହୁ ସେଲିବ୍ରିଟି ଗାନ୍ଧି ନଗରରେ ଡେରା ପକାଇଥିଲେ।

Advertisment

ଚଳିତ ବର୍ଷ କପୁର କପଲ୍‌ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ ହାସଲ କରିଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ସେହିପରି ତାଙ୍କ ପତ୍ନୀ ତଥା ଆଗ ଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ‘ରକି ୱର ରାନୀ କି ପ୍ରେମ କାହାନୀ’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

'12th Fail'କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। 'Joram'କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି।

Advertisment

'12th Fail'ର ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଥିବା ବେଳେ ଏହାର ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହୋଇଛି।

ରାଣୀ ମୁଖାର୍ଜୀ ଓ ଶେଫାଳି ଶାହଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ରାଣୀଙ୍କୁ 'Mrs Chatterjee Vs Norway' ଫିଲ୍ମ ପାଇଁ ଓ ଶେଫାଳୀଙ୍କୁ 'Three of Us' ପାଇଁ ଏହି ପୁରସ୍କାର ହାସଲ ହୋଇଛି।

'Dunki' ଫିଲ୍ମ ପାଇଁ ଭିକି କୌଶଲଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଆୱାର୍ଡ ମିଳିଛି। ସେହିପରି ବର୍ଷୀୟାନ ଅଭିନେତ୍ରୀ ଶାବନା ଆଜମୀ ‘ରକି ୱର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆୱାର୍ଡ ହାସଲ କରି ପାରିଛନ୍ତି।

ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ 'Zara Hatke Zara Bachke' ଫିଲ୍ମର 'Tere Vaaste' ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପ୍ରାପ୍ତ ହୋଇଛି। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଭୁପିନ୍ଦର ବବ୍ବଲଙ୍କୁ ଓ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଶିଳ୍ପା ରାଓଙ୍କୁ ସମ୍ମାନିତ କରାଯାଇଛି।

ଆନିମଲ ଫିଲ୍ମର 'Arjan Vailly' ଗୀତ ପାଇଁ ଭୁପିନ୍ଦର ବବ୍ବଲଙ୍କୁ ଓ ‘ପଠାନ’ ଫିଲ୍ମର ‘ବେସରମ ରଙ୍ଗ’ ପାଇଁ ଶିଳ୍ପାଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଛି।ଅମିତ ରାଓଙ୍କ 'OMG 2' କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ପ୍ରଦାନ କରାଯାଇଛି।

Bollywood News Gujrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe