କରଣ ଜୋହରଙ୍କୁ ହତ୍ୟା ଷଡ଼ଯନ୍ତ୍ର! ଲରେନ୍ସ ଗ୍ୟାଙ୍ଗର ରାଡାର୍‌ରେ ଥିଲେ

ମୁମ୍ବାଇ: ସଲମାନ ଖାନଙ୍କ ପରେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର।  ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ କରଣ ଜୋହର ମଧ୍ୟ ଥିଲେ। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରଣ ଜୋହରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ପୁଲିସର ପଚରାଉଚରା ବେଳେ ସିଦ୍ଧୁ ମୁସେୱାଲା ମାମଲାରେ ଧରାପଡିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଓରଫ ମହାକାଳ ଏନେଇ ଖୁଲାସା କରିଛି। ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା […]

Karan Johar

Madhupriya Mistry
  • Published: Monday, 20 June 2022
  • , Updated: 20 June 2022, 10:40 AM IST

ମୁମ୍ବାଇ: ସଲମାନ ଖାନଙ୍କ ପରେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର।  ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ କରଣ ଜୋହର ମଧ୍ୟ ଥିଲେ। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରଣ ଜୋହରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ପୁଲିସର ପଚରାଉଚରା ବେଳେ ସିଦ୍ଧୁ ମୁସେୱାଲା ମାମଲାରେ ଧରାପଡିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଓରଫ ମହାକାଳ ଏନେଇ ଖୁଲାସା କରିଛି।

ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଥିବା ଧମକ ଏବେ ବି ରହସ୍ୟରେ ଥିବାବେଳେ ଏହି ମାମଲାରେ ପୁଲିସ ଅନୁସନ୍ଧାନ ଜାରି ରଖିଛି। ବର୍ତ୍ତମାନ ରିପୋର୍ଟ ସାମ୍ନାକୁ ଆସିଛି ଯେ, ଯେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ମଧ୍ୟ ଥିଲେ। ଆଶ୍ଚର୍ଯ୍ୟର କଥା, କରଣ ଜୋହରଙ୍କୁ ଟାର୍ଗେଟ କରିବା ପଛରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଜଡିତ ଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରଣ ଜୋହରଙ୍କ ନାଁ ମଧ୍ୟ ଅଛି। ସଲମାନ ଖାନଙ୍କୁ ଧମକ ମାମଲାରେ ପୁଣେ ପୁଲିସର ପଚରାଉଚରା ବେଳେ ସୌରଭ କହିଛି ଯେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ହିଁ ଦାୟୀ।  ସେଥିପାଇଁ ଆମେ କରଣ ଜୋହରଙ୍କୁ ଧମକ ଦେଇ ୫ କୋଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲୁ। ଯଦି ସେ ଟଙ୍କା ଦେଇନଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତୁ ବୋଲି ସେ ଖୁଲାସା କରିଛି।

ସୂଚନାଥାଉ କି ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଚଳଚ୍ଚିତ୍ର ଶିଳ୍ପକୁ ଦୋହଲାଇ ଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ କରଣ ଜୋହର ଟାର୍ଗେଟରେ ଥିଲେ। ବଲିଉଡରେ ପରିବାରଦ ତଥା ନେପୋଟିଜମ ଶିକାର ହୋଇ ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ଏହା ମଧ୍ୟ କୁହାଯାଇଥିଲା ଯେ, କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରା ସୁଶାନ୍ତ ସିଂହ ରାଜପୁତଙ୍କ ପରି ଇଣ୍ଡଷ୍ଟ୍ରି ବାହାର ଲୋକଙ୍କ ଅପେକ୍ଷା ଷ୍ଟାର କିଡ଼ସମାନଙ୍କୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ ଅଭିନେତା ଆତ୍ମହତ୍ୟା କରିଥିଲେ। ତେବେ ପରେ ଏହି ଦାବି ପ୍ରମାଣିତ ହୋଇପାରିନଥିଲା।

Related story