Advertisment

ହିନ୍ଦୁ ଦେବାଦେବୀଙ୍କ ଅସମ୍ମାନ କରି ଅଡୁଆରେ ‘ଥ୍ରୀଲର’

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର୍’। ଫିଲ୍ମର ଟ୍ରେଲରକୁ ନେଇ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। ୨ ମିନିଟ ୩୬ ସେକେଣ୍ଡର ଏହି ଟ୍ରେଲରରେ ଅଶ୍ଲୀଳ ଭିଡିଓ ସମୟରେ ହିନ୍ଦୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରାଯାଇଥିବାରୁ ଏଭଳି ଏତଲା ଦିଆଯାଇଥିବା ନେଇ ହିନ୍ଦୁ ଏକତା ବାହିନୀ କର୍ମକର୍ତ୍ତା କହିଛନ୍ତି। ଫିଲ୍ମର […]

ଅଦ୍ୟତନ ହୋଇଛି
ହିନ୍ଦୁ ଦେବାଦେବୀଙ୍କ ଅସମ୍ମାନ କରି ଅଡୁଆରେ ‘ଥ୍ରୀଲର’

appp

Advertisment

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର୍’। ଫିଲ୍ମର ଟ୍ରେଲରକୁ ନେଇ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି।

Advertisment

୨ ମିନିଟ ୩୬ ସେକେଣ୍ଡର ଏହି ଟ୍ରେଲରରେ ଅଶ୍ଲୀଳ ଭିଡିଓ ସମୟରେ ହିନ୍ଦୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରାଯାଇଥିବାରୁ ଏଭଳି ଏତଲା ଦିଆଯାଇଥିବା ନେଇ ହିନ୍ଦୁ ଏକତା ବାହିନୀ କର୍ମକର୍ତ୍ତା କହିଛନ୍ତି। ଫିଲ୍ମର ଟ୍ରେଲରରେ ହିନ୍ଦୁ ଭଗବାନ ରାମଚନ୍ଦ୍ର, ଶିବ, କୃଷ୍ଣଙ୍କ ନାମ ଓ ହରି ଓମ୍‌ ଶବ୍ଦକୁ ଅଶ୍ଲୀଳ ସିନ୍ ବେଳେଉଚ୍ଚାରଣ କରାଯାଇଥିବା ଅଭିଯୋଗ ହୋଇଛି।

publive-image

ସୂଚନାଯୋଗ୍ୟ, ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ ରକି ଓ୍ୱାଜିଦ୍ ଓ ବୋଲ୍ଡ ଅପସରା ରାନୀ। ସାଢ଼େ ତିନି ମିନିଟ୍‌ର ସସପେନ୍ସ ଭରା ଏହି ଟ୍ରେଲରରେ ପୂରା ବୋଲଡ ଅନ୍ଦାଜରେ ଆସିଛନ୍ତି ଓଡ଼ିଆ ଝିଅ ଅଙ୍କିତା ମହାରଣା ତଥା ଅପସରା ରାନୀ। ସେକ୍ସି ଲୁକ୍ ଓ ଚାର୍ମିଂ ଚେହେରାରେ ଖୁବ୍ ଷ୍ଟନିଙ୍ଗ ଦିଶୁଛନ୍ତି ଅପସରା। ଏହି ମୁଭିରେ ଅପସରାଙ୍କ ଅପୋଜିଟରେ ସ୍କ୍ରୀନ ଶେୟାର କରିଛନ୍ତି ଆଉଜଣେ ଓଡ଼ିଆ ହ୍ୟାଣ୍ଡସମ୍ ହକଂ ରକ୍ କାଚ୍ଛି।

Advertisment

ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରେି ଏହି ଟ୍ରେଲରରେ ଦେଖିବାକୁ ମିଳିଛି। ତେବେ କୌଣସି ଏକ ବଲିଉଡ ମୁଭିରେ ଲିଡ ରୋଲରେ ଦୁଇ ଓଡ଼ିଆ ଆକ୍ଟିଂ କରିବା ପ୍ରଥମ ଘଟଣା। ଟ୍ରେଲର ରିଲିଜ ପୂର୍ବରୁ ଅପସରା ଓ ରକି ଫଟୋ ସୁଟ୍‌କୁ ନେଇ ଚର୍ଚ୍ଚାରେ ଥିବାବେଳେ ଅପସରାଙ୍କୁ ପରଦାକୁ ଅଣିଥିବା ନିର୍ଦ୍ଦେଶକ ତଥା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ମଧ୍ୟ ସୋଶାଲ ମିଡିଆରେ ଛାଇ ହୋଇଯାଇଥିଲା।

ରାମଗୋପାଳ ଅପ୍ସରାଙ୍କ ଫଟୋ ଟ୍ୱିଟ୍ କରିବା ପରେ ରାତାରାତି ସେ ଇଣ୍ଟରନେଟ୍ ସେନ୍ସେସନ ପାଲଟିଯାଇଥିଲେ। ସେହିପରି ଅପସରାଙ୍କ ପରେ ରକି ଓ୍ୱାଜିଦ୍ ନାମକ ଓଡିଶାର ଆଉ ଜଣେ ଟ୍ୟାଲେଣ୍ଟକୁ ଆବିଷ୍କାର କରିଥିବା ରାମ ଗୋପାଳ ମଧ୍ୟ ଟ୍ୱିଟ୍‌ କରିଥିଲେ। ଡେରାଡୁନ୍‌ରେ ଜନ୍ମଗ୍ରହଣ କରିଥିବା ଅପସରା ଏବେ ସାଉଥ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ଏହାପୂର୍ବରୁ ‘ଉଲାଲା ଉଲାଲା’ ଓ ‘ଫୋର ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ ବି ଅଭିନୟ କରିସାରିଛନ୍ତି ଅପ୍ସରା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe