Advertisment

ଅଭିନେତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତା ଜ୍ୟାକି ଭଗନାନିଙ୍କ ଅଡୁଆ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇର ଜଣେ ମଡେଲ ତାଙ୍କ ନାଁରେ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । କେବଳ ଜ୍ୟାକି ନୁହନ୍ତି ତାଙ୍କ ସହ କ୍ୱାନ ଏଣ୍ଟରଟେନ୍‌ମେଣ୍ଟର ଫାଉଣ୍ଡରଙ୍କ ସମେତ ୯ ଜଣଙ୍କ ନାଁରେ ସେ ଏହି ଅଭିଯୋଗ କରିଛନ୍ତି । ଏ ସମସ୍ତଙ୍କ ନାଁରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ କ୍ୱାନ୍ ଏଣ୍ଟରଟେନମେଣ୍ଟର […]

ଅଦ୍ୟତନ ହୋଇଛି
ଅଭିନେତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

jacky Bhagnani

Advertisment

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତା ଜ୍ୟାକି ଭଗନାନିଙ୍କ ଅଡୁଆ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇର ଜଣେ ମଡେଲ ତାଙ୍କ ନାଁରେ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । କେବଳ ଜ୍ୟାକି ନୁହନ୍ତି ତାଙ୍କ ସହ କ୍ୱାନ ଏଣ୍ଟରଟେନ୍‌ମେଣ୍ଟର ଫାଉଣ୍ଡରଙ୍କ ସମେତ ୯ ଜଣଙ୍କ ନାଁରେ ସେ ଏହି ଅଭିଯୋଗ କରିଛନ୍ତି । ଏ ସମସ୍ତଙ୍କ ନାଁରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି।

Advertisment

ଏହି ବ୍ୟକ୍ତିମାନଙ୍କ ମଧ୍ୟରେ କ୍ୱାନ୍ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଅନିର୍ବାନ୍ ବ୍ଲାହ, ଜ୍ୟାକି ଭାଗନାନି, ଅଜିତ ଠାକୁର, କୃଷ୍ଣ କୁମାର, ନିଖିଲ କାମତ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ, ଶୀଲ ଗୁପ୍ତା ଏବଂ ଗୁରୁଜ୍ୟୋତ ସିଂ ଅଛନ୍ତି।

ସୂଚନା ଅନୁଯାୟୀ, ଏମାନେ ୨୦୧୪ ରୁ ୨୦୧୮ ମଧ୍ୟରେ କୋଲଷ୍ଟନ୍ ଜୁନିୟନ୍ ମଡେଲିଂରେ ସୁଯୋଗ ଦେବା ନାମରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମଡେଲ ଜଣଙ୍କ ଅଭିଯୋଗ କରିଛନ୍ତି ।

Advertisment

ଜ୍ୟାକି ଭାଗନାନି ତାଙ୍କୁ ବାନ୍ଦ୍ରାଠାରେ, ନିଖିଲ କାମତ ତାଙ୍କୁ ସାଣ୍ଟାକ୍ରୁଜର ଫାଇଭ୍ ଷ୍ଟାର ହୋଟେଲରେ ଏବଂ ୨୦୧୫ ରେ ଶୀଲ ଗୁପ୍ତା ଅନ୍ଧେରୀର ଏକ କୋଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ମଡେଲ ଜଣକ କହିଛନ୍ତି । ସେ ଆହୁରି କହିଛନ୍ତି, ଅଜିତ ଠାକୁର ୨୦୧୮ ରେ ଭିଲେ ପାର୍ଲର ଏକ କୋଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ମଡେଲଙ୍କ ଅଭିଯୋଗ ମୁତାବକ ବାନ୍ଦ୍ରା ପୁଲିସ ଆଇପିସିର ଧାରା ୩୭୮ (N), ୩୫୪ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe