Advertisment

ଧରାପଡ଼ିଲା ଉର୍ଫିଙ୍କ ମିଛ, ମାମଲା ରୁଜୁ କଲା ପୁଲିସ

ସେ ପୁଲିସକୁ ବଦନାମ କରିବା ଓ ନିୟମ ଭଙ୍ଗ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Urfi Javed

Urfi Javed

Advertisment

ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାବେଦ। ସେ ଲାଇମ୍‌ ଲାଇଟ୍‌ରେ ରହିବା ପାଇଁ କିଛି ବି କରିପାରନ୍ତି। ନିଜର ଅଜବଗଜବ ଫେସନ୍‌ ସେନ୍ସ ଓ ପୋଷାକକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଉର୍ଫି ପବ୍ଲିସିଟି ପାଇଁ ପାଗଳ। ଏଥିପାଇଁ ସେ ରଚିଥିଲେ ମିଛ ନାଟକ। ଶେଷରେ ତାଙ୍କ ମିଛ ଏବେ ଧରାପଡିଛି। ସେ ଆଇନ ଜାଲରେ ଫସିଛନ୍ତି। ମୁମ୍ବାଇ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି।

Advertisment

ପବ୍ଲିସିଟି ପାଇଁ ଉର୍ଫି ନିକଟରେ ନିଜର ମିଛ ଗିରଫଦାରୀ ନାଟକ ରଚିଥିଲେ। ତାଙ୍କର ଏହି ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓରେ ସେ ରେଷ୍ଟୁରାଣ୍ଟାରେ ଥିବା ବେଳେ ମହିଳା ପୁଲିସକର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

କେବଳ ସେତିକି ନୁହେଁ ମୁଁ ଥାନାକୁ କାହିଁକି ଯିବି ବୋଲି ଉର୍ଫି ପାଟି କରୁଥିଲେ। ଥାନାକୁ ଗଲେ ସବୁ କଥା ଜଣାପଡିବ ବୋଲି ଭିଡିଓରେ ଥିବା ମହିଳା ପୁଲିସ ଭିଡିଓରେ ଶୁଣିବାକୁ ମିଳିଥିଲା। ତେବେ ଉର୍ଫିଙ୍କ ଏହି ଭିଡିଓ ଫେକ୍ ଥିବା ଏବେ ଜଣାପଡିଛି। ଏନେଇ ମୁମ୍ବାଇ ପୁଲିସ ଉର୍ଫିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେ ପୁଲିସକୁ ବଦନାମ କରିବା ଓ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛି।

Advertisment

ପବ୍ଲିକ ସର୍ଭେଣ୍ଟଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିବା ପୁଲିସ କହିଛି। ଏଥିପାଇଁ ଉର୍ଫିଙ୍କ ବିରୋଧରେ ଧାରା ୧୭୧, ୧୪୯(ଠକେଇ), ୫୦୦ (ଡିଫାମେସନ୍) ଏବଂ ୩୪ରେ ମାମଲା ରୁଜୁ କରାଯାଇଛି। ଏହାଛଡ଼ା ନକଲି ମହିଳା ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯିବା ସହ ସାଙ୍ଗରେ ନେଇ ଯାଇଥିବା ଗାଡ଼ିକୁ ବି ଜବତ କରାଯାଇଥିଲା ମୁମ୍ବାଇ ଓସିଓ୍ୱାରା ପୁଲିସ ସୂଚନା ଦେଇଛି।

Urfi Javed Arrestedଉର୍ଫିଙ୍କୁ ଗିରଫ କରାଯିବା ବେଳର ଦୃଶ୍ୟ।

ଉର୍ଫିଙ୍କ ଏହି ଭିଡିଓ ଗତକାଲି ସାମ୍ନାକୁ ଆସିଥିବା। ତାଙ୍କୁ ପୁଲିସ ଗିରଫ କରିଥିବା ନେଇ ତାଙ୍କର ଅନେକ ଫ୍ୟାନ୍‌ ଚକିତ ହୋଇପଡିଥିଲେ। ସେମାନେ ସହଜରେ ଏହାକୁ ବିଶ୍ୱାସ କରି ନଥିଲେ। ସେପଟେ ‘ପବ୍ଲିସିଟି’ ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ ଦାବି କରିଥିଲେ।

Urfi Javed Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe