Advertisment

ସଲମାନଙ୍କ ଘର ଉପରକୁ କିଏ କରିଥିଲା ଗୁଳିମାଡ଼? ସାମ୍ନାକୁ ଆସିଲା ଫଟୋ

ପୁଲିସ ସୁଟର୍‌ମାନେ ବ୍ୟବହାର କରିଥିବା ବାଇକ୍‌କୁ ଜବତ କରିଛି। ସଲମାନଙ୍କ ଘର ଉପରକୁ ଗୁଳି ମାଡ କରିଥିବା ଦୁଇ ସୁଟର୍‌ଙ୍କ ମଧ୍ୟରୁ ଜଣେ ହରିଆଣାର ଓ୍ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ବିଶାଳ ରାହୁଲ ବୋଲି ଚିହ୍ନଟ ହୋଇଛି।

salman-house-shooters

salman-house-shooters

Advertisment

ଅଭିନେତା ସଲମାନ ଖାନଙ୍କ ଘରେ କିଏ କରିଥିଲା ଗୁଳିମାଡ? କିଏ ଥିଲେ ସେହି ଦୁଇ ଆକ୍ରମଣକାରୀ? ଏନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ସେମାନଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଦୁଇ ଅଭିଯୁକ୍ତଙ୍କ ମୁହଁ। ଜଣେ କଳା ଓ ଧଳା ଟି-ଶର୍ଟ ପିନ୍ଧିଥିବା ନଜର ଆସିଥିବା ବେଳେ ଅନ୍ୟ ଜଣେ ଲାଲା ଟି-ଶାର୍ଟରେ ନଜର ଆସିଛି।

Advertisment

ଦୁଇ ଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରିଆଣାର ଗୁରୁଗ୍ରାମର ଜଣେ ଗ୍ୟାଙ୍ଗଷ୍ଟର। ହରିଆଣାର ଗୁରୁଗ୍ରାମର ଏହି ଗ୍ୟାଙ୍ଗଷ୍ଟର ଜଣକ ହେଉଛି ବିଶାଳ ରାହୁଲ ଓରଫ କାଳୁ। ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ସୁଟର୍‌। ସେ ହିଁ ସଲମାନଙ୍କ ଘର ଉପରକୁ ଗୁଳି ମାଡ କରିଛି। ସେପଟେ ବାଇକ୍‌କୁ ପୁଲିସ ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ପୁଲିସ ସନ୍ଧାନ କରୁଛି।

ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ କରିବା ପରେ ଦୁଇ ଅଭିଯୁକ୍ତମାାନେ ସଲମାନଙ୍କ ଘର ଠାରୁ ମାତ୍ର ଏକ କିଲୋମିଟର ଦୁଇରେ ଥିବା ମଉଣ୍ଟ ମେରୀ ଚର୍ଚ୍ଚ ପାଖରେ ନିଜର ବାଇକ୍‌ ଛାଡି ଦେଇଥିଲେ। ସେଠାରୁ ଉଭୟ ଅଭିଯୁକ୍ତ କ୍ୟାବ୍‌ ବୁକ୍‌ କରି ବାନ୍ଦ୍ରା ଷ୍ଟେସନ ପହଞ୍ଚିଥିଲେ ଓ ସେଠାରୁ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। 

Advertisment

ସେପଟେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ସୋଶାଲ ମିଡିଆରେ ଏନେଇ ସେ ପୋଷ୍ଟ ସେୟାର କରି ଜଣାଇଥିଲା।

ସେ ‌ନିଜେ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି ହୋଇଛି। ଆମେରିକାରେ ଲରେନ୍ସର ଭାଇ ଅନମୋଲ ରହୁଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି।

ଗୁଳିମାଡ ଘଟଣାକୁ ନେଇ ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଘଟଣାକୁ ନେଇ କିଛି କହିବାର ନାହିଁ। ସେମାନେ କେବଳ ସଲମାନଙ୍କ ନାଁ ନେଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।”

Salman Khan Shot Out Lawrence Bishnoi Gang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe