/odisha-reporter/media/post_attachments/uploadimage/library/16_9/16_9_0/IMAGE_1695618937.jpg)
parineeti-chopra-raghav-chadha
ରାଜସ୍ଥାନର ଉଦୟପୁରରେ ଥିବା ଦ ଲିଲା ପ୍ୟାଲେସ୍ରେ ଗତକାଲି ରାଜକୀୟ ଠାଣିରେ ହୋଇଛି ବଲିଉଡର ଚୁଲବୁଲି ଗର୍ଲ ପରିଣୀତି ଚୋପ୍ରାଙ୍କ ଶୁଭ ପରିଣୟ । ପରିଣୀତି ପାଲଟିଗଲେ ମିସେସ୍ ଚଢା । ଗତକାଲି ହାତଗଣ୍ଠି ପଡ଼ିଥିବା ବେଳେ ରାଜନେତା ରାଘବ ଚଢାଙ୍କ ନାମର ସିନ୍ଦୂର ଲଗାଇଲେ ପରିଣୀତି । ରାଗନୀତିଙ୍କ ଏହି ଡ୍ରିମିଂ ୱେଡିଂର ଝଲକ ପାଇବାକୁ ପ୍ରଶଂସକ ବେଶ୍ ବ୍ୟଗ୍ର ଥିବା ବେଳେ ଆଜି ସୋଶାଲ ମିଡିଆରେ ଆସିଛି ଉଭୟ ବିବାହର ପ୍ରଥମ ଫଟୋ ।
ଗତକାଲି ସାତ ଫେରା ନେବା ପରେ ଆଜି ଉଭୟ ଅଫିସିଆଲି ନିଜ ବିବାହ ଫଟୋ ଇନଷ୍ଟାଗ୍ରାମ୍ରେ ଅପଲୋଡ କରିଛନ୍ତି। ଏଥିରେ ଉଭୟ ମ୍ୟାଚିଙ୍ଗ ଆଉଟଫିଟ୍ରେ ଖୁବ୍ ସୁନ୍ଦର ଲାଗୁଛନ୍ତି। ପ୍ରଶଂସକମାନେ ବି ଉଭୟଙ୍କୁ ଖୁବ୍ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ରାଗନୀତିଙ୍କ ବିବାହ ଫଟୋ ।ବିବାହ ଫଟୋର କ୍ୟାପସନ୍ରେ ଉଭୟ ରାଗନୀତି ଲେଖିଛନ୍ତି, ‘ବ୍ରେକଫାଷ୍ଟ ଟେବୁଲରେ ହୋଇଥିବା ପ୍ରଥମ୍ ବାର୍ତ୍ତାଳାପରୁ ଆମେ ପରସ୍ପରକୁ ହୃଦୟ ଦେଇ ବସିଥିଲୁ। ଏହାପରେ ଏହି ଦିନକୁ ଅପେକ୍ଷା କରିଥିବା ବେଳେ ଦୀର୍ଘ ଦିନ ପରେ ଏହା ବାସ୍ତବ ରୂପ ନେଇଛି। ତେଣୁ ସମସ୍ତଙ୍କ ଆଶୀର୍ବାଦ ନେଇ ଆମେ ପତି-ପତ୍ନୀ ପାଲଟିଲୁ। ପରସ୍ପର ବିନା ବଞ୍ଚିବା ଅସମ୍ଭବ । ଏଇଠୁ ଆମ ଯାତ୍ରା ଆରମ୍ଭ ହେଲା।
ବିବାହ ସମୟରେ ହାଇ ସିକ୍ୟୁରିଟି ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଅତିଥିମାନଙ୍କୁ ଫଟୋ କ୍ଲିକ୍ କରିବାର ଅନୁମତି ମିଳି ନ ଥିଲା। ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ଏହି ସେଲିବ୍ରିଟି କପଲ ଦିଲ୍ଲୀ ଓ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ଦେବେ ବୋଲି ଜଣାଯାଇଛି। ଦିଲ୍ଲୀର ରିସେପସନ୍ ପାର୍ଟିରେ ବଡ଼ ବଡ଼ ରାଜନେତା ସାମିଲ ହେବେ। ସେହିପରି ବଲିଉଡ ସେଲିବ୍ରିଟିଙ୍କ ପାଇଁ ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପସନ୍ ପାର୍ଟି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
