Advertisment

ବଲିଉଡ ନିର୍ମାତା ଓ ଲେଖକଙ୍କୁ ମାଗଣାରେ ମିଳିବ ଟିକା

ମୁମ୍ବାଇ: ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଚାରିଆଡେ ଚିନ୍ତାରେ କାରଣ ପାଲଟିଛି କୋଭିଡ। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ସେତେଟା ଆଖିଦୃଶିଆ ପ୍ରଭାବ ପଡିନି। କରୋନା ସହ ଲଢ଼ିବା ପାଇଁ ଚାରିଆଡେ ଟିକାକରଣ ଚାଲିଛି। ଅଧିକାଂଶ ରାଜ୍ୟରେ ମାଗଣା ଟିକ ଦିଆଯାଉଛି। ଏହାରି ଭିତରେ ବଲିଉଡର ନିର୍ମାତା ଏବଂ ଲେଖକଙ୍କୁ ମାଗଣା ଟିକା ଦିଆଯିବା ନେଇ ଖବର ସାମ୍ନାକୁ ଆସିଛି। ବଲିଉଡରେ ନିର୍ମାତାମାନଙ୍କ ସବୁଠାରୁ […]

author-image
Madhupriya Mistry
ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ଦାବି କଲା ଡାକ୍ତର ସଂଘ

vaccine

ମୁମ୍ବାଇ: ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଚାରିଆଡେ ଚିନ୍ତାରେ କାରଣ ପାଲଟିଛି କୋଭିଡ। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ସେତେଟା ଆଖିଦୃଶିଆ ପ୍ରଭାବ ପଡିନି। କରୋନା ସହ ଲଢ଼ିବା ପାଇଁ ଚାରିଆଡେ ଟିକାକରଣ ଚାଲିଛି। ଅଧିକାଂଶ ରାଜ୍ୟରେ ମାଗଣା ଟିକ ଦିଆଯାଉଛି। ଏହାରି ଭିତରେ ବଲିଉଡର ନିର୍ମାତା ଏବଂ ଲେଖକଙ୍କୁ ମାଗଣା ଟିକା ଦିଆଯିବା ନେଇ ଖବର ସାମ୍ନାକୁ ଆସିଛି।

Advertisment

ବଲିଉଡରେ ନିର୍ମାତାମାନଙ୍କ ସବୁଠାରୁ ବଡ ସଂସ୍ଥା ଇଣ୍ଡିଆନ୍ ମୋଶନ୍ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍ ନିଜ ସଂସ୍ଥା ସହ ଜଡିତ ସମସ୍ତ ନିର୍ମାତା ଓ ସଦସ୍ୟଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ଘୋଷଣା କରିଛିି । ସଂସ୍ଥାର କହିବା ମୁତାବକ, ୨୦୦୫ ପରେ ଯେଉଁ ନିର୍ମାତାମାନେ ନିଜ ସଦସ୍ୟତାର ନବୀକରଣ କରିନଥିବେ ସେମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ । କେବଳ ସେତିକି ନୁହେଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯଦି କେହି ଟିକା ଦିବା ପାଇଁ ଚାହୁଁଛନ୍ତି ତେବେ ସେଥିପାଇଁ ୫୦୦ ଟଙ୍କା ଦେଇ ଟିକା ଲଗାଇପାରିବେ ବୋଲି ସଂସ୍ଥା କହିଛି।

ଅନ୍ୟପଟେ ସ୍କ୍ରିନ୍ ରାଇଟର୍ସ ଆସୋସିଏସନ୍ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ସହ ମିଶି ବଲିଉଡର ଲେଖକଙ୍କୁ ମାଗଣା ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି। ସ୍କ୍ରିନ୍ ରାଇଟର୍ସ ଆସୋସିଏସନ କହିଛି ଯେ, ଏବେ ତା’ ପାଖରେ ୧ ହଜାର ଟିକାର ଡୋଜ୍ ଉପଲବ୍ଧ ଅଛନ୍ତି। ‘ପ୍ରଥମେ ଆସ, ପ୍ରଥମେ ନିଆ’ ଆଧାରରେ ଲେଖକମାନେ ଏହାର ଲାଭ ଉଠାଇପାରିବେ। ଆସୋସିଏସନ୍ ପକ୍ଷରୁ ମୁମ୍ବାଇର ବାନ୍ଦ୍ରା, କୁର୍ଲା କମ୍ଲେକ୍ସ ସେଣ୍ଟରରେ ଏହି ଟିକାକରଣ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ନିର୍ମାତାମାନଙ୍କ ପାଇଁ ଅନ୍ଧେରୀ ଅଫିସରେ ଟିକା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment
Covid Vaccine