Advertisment

ଠକେଇର ଶିକାର ହେଲେ ଅଭିନେତା, ଆର୍ମି ଅଫିସର କହି ଲୁଟି ନେଲେ

ଆର୍ମି ଅଫିସରର ପରିଚୟ ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୮୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Rakesh Bedi

Rakesh Bedi

Advertisment

ଠକେଇର ଶିକାର ହେଲେ ଫିଲ୍ମ ଓ ଟେଲିଭିଜନର ଜଣାଶୁଣା ଅଭିନେତା ରାକେଶ ବେଦି। ଆର୍ଫି ଅଫିସର କହି ତାଙ୍କ ଠାରୁ ଠକିନେଲେ ହଜାର ହଜାର ଟଙ୍କା। ନୂଆବର୍ଷରେ ସେ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଏକ ଇଣ୍ଟରଭ୍ୟୁରେ ସେ ଖୋଦ୍‌ ସୂଚନା ଦେଇଛନ୍ତି।

Advertisment

ପ୍ରକୃତରେ ପୁଣେରେ ରାକେଶ ବେଦିଙ୍କ ଏକ ଫ୍ଲାଟ ଅଛି। ସେ ଏହାକୁ ବିକ୍ରି କରିବା ପାଇଁ ଅନ୍‌ ଲାଇନ୍ ସଂସ୍ଥା 'ନୋ ବ୍ରୋକର ଡଟ୍‌ କମ୍‌'ରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନକୁ ଦେଖି ଜଣେ ବ୍ୟକ୍ତି ରାକେଶଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଆର୍ମି ଅଫିସରର ପରିଚୟ ଦେଇଥିଲେ। କହିଥିଲେ, 'ତାଙ୍କୁ ଫ୍ଲାଟ ପସନ୍ଦ ଆସିଛି। ଏହାକୁ ସେ କିଣିବାକୁ ଚାହୁଁଛନ୍ତି।'

ଲୁଟେରା ଜଣକ ଦୀର୍ଘ ସମୟ ଯାଏଁ ଏଭଳି କଥା ହୋଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୮୫ ହଜାର ଟଙ୍କା ଗାଏବ କରିଦେଇଥିଲା ବୋଲି ଅଭିନେତା ରାକେଶ ଅଭିଯୋଗ କରିଛନ୍ତି। ଏ ସମସ୍ତ ଟଙ୍କାକୁ ସେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିବା ରାକେଶ କହିଛନ୍ତି। ଏନେଇ ସେ ମୁମ୍ବାଇ ଓସିଓ୍ୱାରା ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Advertisment

ରାକେଶଙ୍କ କହିବା ମୁତାବକ, ରାତିରେ ଏସବୁ ଘଟଣା ଘଟିଥିବା ଯୋଗୁ ସେ ପୁଲିସ ଷ୍ଟେସନକୁ ତୁରନ୍ତ ଯାଇ ପାରି ନଥିଲେ। ଗୋଟିଏ ଦିନ ବିଳମ୍ବ ହୋଇଯାଇଥିଲା। ଏହାର ସୁଯୋଗ ନେଇ ଠକ ଜଣକ ଆକାଉଣ୍ଟର ସବୁ ଟଙ୍କା ଗାଏବ୍‌ କରିନେଇଥିଲା। ତେବେ ଆକାଉଣ୍ଟରେ କମ୍‌ ଟଙ୍କା ଥିବାରୁ ବହୁତ ବଡ଼ ଠକେଇରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ସାଇବର ଠକଙ୍କ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଗଦର-୨' ଓ 'ଜରା ହଟକେ ଜରା ବଚକେ'ରେ ନଜର ଆସିଥିଲେ ଅଭିନେତା ରାକେଶ ବେଦି। ସେ ଅନେକ ଟିଭି ସିରିଏଲ 'ଶ୍ରୀମାନ ଶ୍ରୀମତି', 'ଭାବି ଜୀ ଘର ପର ହୈ', ଓ 'ତାରକ ମେହତା କା ଉଲଟା ଚଷମା'ରେ ମଧ୍ୟ କାମ କରିସାରିଛନ୍ତି।

Bollywood News Cyber Fraud Rakesh Bedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe