Advertisment

ପୁଣି ଚର୍ଚ୍ଚାରେ ଅମିଷା; ଗଦର-୨ ପ୍ରଡ୍ୟୁସରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଫିଲ୍ମର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ ଏହାର ଲିଡ ହିରୋଇନ୍‌ ଅମିଷା ପଟେଲ ପ୍ରଡ୍ୟୁସର ତଥା ପ୍ରଡକ୍ସନ ହାଉସ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Amisha Patel

Amisha Patel

Advertisment

ଦୀର୍ଘ ୨୨ ବର୍ଷ ପରେ ପରଦାକୁ ଫେରୁଛି ଗଦର-୨ । ଏଥର ପୁଣି ସନି ଓ ଅମିଷାଙ୍କ ଯାଦୁ ଦେଖିବାକୁ ଉତ୍ସୁକ ଅଛନ୍ତି ଦର୍ଶକ। ଆସନ୍ତା ଅଗଷ୍ଟ ୧୧ ତାରିଖରେ ଏହା ରିଲିଜ ହେବ । ଫିଲ୍ମର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ ଏହାର ଲିଡ ହିରୋଇନ୍‌ ଅମିଷା ପଟେଲ ଫିଲ୍ମର ଡାଇରେକ୍ଟର ତଥା ପ୍ରଡ୍ୟୁସରଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Advertisment

ପ୍ରଡକ୍ସନ ହାଉସ୍‌ ତରଫରୁ ଠିକ୍‌ ସମୟରେ ପେମେଣ୍ଟ ଦିଆଯାଇ ନ ଥିବା ବେଳେ ଷ୍ଟାଫଙ୍କୁ ଖାଇବାକୁ ବି ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି ଅମିଷା। ଅମିଷାଙ୍କ ଟ୍ୱିଟ ଅନୁଯାୟୀ, ଗଣ୍ଡିଗଡ଼ରେ ଫିଲ୍ମର ଶେଷ ସୁଟିଂ ସମୟରେ ଫିଲ୍ମର ଷ୍ଟାଫ ଖୁବ୍‌ ହଇରାଣ ହୋଇଛନ୍ତି। ଫିଲ୍ମର ପ୍ରଡ୍ୟୁସର ତଥା ଡାଇରେକ୍ଟର ଅନୀଲ ଶର୍ମାଙ୍କ ଖରାପ ମ୍ୟାନେଜମେଣ୍ଟ ଯୋଗୁ ବହୁ ଷ୍ଟାଫ ଦୀର୍ଘ ଦିନର ଦରମା ପାଇପାରି ନ ଥିଲେ। ମେକଅପ ଆର୍ଟିଷ୍ଟ, କଷ୍ଟ୍ୟୁମ ଡିଜାଇନର ଆଦିଙ୍କୁ ପ୍ରଡକ୍ସନ ହାଉସ ସାଲାରି ଦେବାରେ ଖୁବ୍‌ ହଇରାଣ କରିଛି।

ଏପରିକି ସୁଟିଂ ସେଟ୍‌ରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଆସିବା ବ୍ୟବସ୍ଥା ସହ ଖାଇବା ବ୍ୟବସ୍ଥା ବି ପ୍ରଡକ୍ସନ ହାଉସ ତରଫରୁ କରାଯାଇ ନ ଥିବା କହିଛନ୍ତି ଅମିଷା। ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ସବୁ ଷ୍ଟାଫଙ୍କୁ ସାଲାରି ଦିଆ ଯାଇଥିବା Zee Studio ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Advertisment

ହେଲେ ଅମିଷାଙ୍କ ଏପରି ଅଭିଯୋଗ ଉପରେ ଅନୀଲ ଶର୍ମାଙ୍କ ପ୍ରଡକ୍ସନ ହାଉସ୍‌ର କିଛି ପ୍ରତିକ୍ରିୟା ମିଳିପାରିନି।

Bollywood Bollywood Beauty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe