Advertisment

ସନ୍ନି ଦେଓଲ କହିଲେ- ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା, ରହିବ ଆଉ ରହିଛି

ଦୀର୍ଘ ଦିନର ଅପେକ୍ଷା ପରେ ଆସୁଛି ଫିଲ୍ମ ଗଦର-୨। ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି।

Sunny deol

Sunny deol

Advertisment

'ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା…ଜିନ୍ଦାବାଦ ରହିବ ଓ ଜିନ୍ଦାବାଦ ରହିଛି।' ଏଭଳି କିଛି କହିଛନ୍ତି ବଲିଉଡ ଅଭିନେତା ସନ୍ନି ଦେଓଲ। ହାତରେ ହାତୁଡି ଧରି ସେ ଦେଖାଇଛନ୍ତି ଆଙ୍ଗ୍ରି ଲୁକ୍‌। ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ 'ଗଦର୍-୨'ର ଫାଷ୍ଟ ଲୁକ୍‌ରେ ଏଭଳି ନଜର ଆସିଛନ୍ତି ସନ୍ନି ଦେଓଲ।

Advertisment

ଗଣତନ୍ତ୍ର ଦିବସ ଅବସରରେ ଗଦର-୨ର ଫାଷ୍ଟ ଲୁକ୍‌ ଶେଆର କରିଛନ୍ତି ଅଭିନେତା। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ଶେଆର କରି ସେ ଲେଖିଛନ୍ତି, 'ହିନ୍ଦୁସ୍ତାନ ଜିନ୍ଦାବଦ ଥିଲା, ଜିନ୍ଦାବାଦ ରହିବ ଓ ଜିନ୍ଦାବାଦ ରହିଛି। ଗଦର୍‌-୨ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ।'

ଦୀର୍ଘ ଦିନର ଅପେକ୍ଷା ପରେ ଆସୁଛି ଫିଲ୍ମ ଗଦର-୨। ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ଗଦର୍‌-୨ର ଯେଉଁ ପୋଷ୍ଟର ସାମ୍ନାକୁ ଆସିଛି ସେଥିରେ ସନ୍ନି ଦେଓଲ ହାତରେ ହାତୁଡି ଧରି ଏଙ୍ଗ୍ରି ଲୁକ୍‌ରେ ନଜର ଆସିଛନ୍ତି। ଏଥିସହ ଫିଲ୍ମର ଶୁଟିଂ ସରିଯାଇଥିବା ନେଇ ମଧ୍ୟ ସୂଚନା ସେ ଦେଇଛନ୍ତି।

Advertisment

ଆସନ୍ତା ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ ଏହି ଫିଲ୍ମ। ଅନୀଲ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଲିଡ୍‌ ରୋଲ୍‌ରେ ସନ୍ନି ଦେଓଲ, ଅମିଷା ପଟେଲ ଅଛନ୍ତି। ଏଥିସହ ଉତ୍କର୍ଷ ଶର୍ମାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଗଦର: ଏକ୍‌ ପ୍ରେମ କଥା ୨୦୦୧ରେ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ସଫଳତା ମଧ୍ୟ ହାସଲ କରିଥିଲା। ଏବେ ଏହାର ସିକ୍ୱେଲ ପାର୍ଟ ଆସିବାକୁ ଯାଉଛି। ଏହି ଫିଲ୍ମଟିକୁ ମଧ୍ୟ ସେହିଭଳି ହିଁ ରେସ୍‌ପନ୍ସ ମିଳିବ ବୋଲି ଆଶା କରାଯାଉଛି।

Bollywood Sunny Deol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe