ଯୌନ ନିର୍ଯାତନା ମାମଲାରେ ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ଫସିଥିବା ବଲିଉଡର ପ୍ରଖ୍ୟାତ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଆଜି ଜାମିନ ଆବେଦନର ଶୁଣାଣି ବେଳେ ନିଜେ ଗଣେଶ ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ। ଏହାପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟ ଜାମିନ ଦେଇଛନ୍ତି। ୨୦୨୦ ଫେବୃଆରୀ ମାସରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଗଣେଣ ଆଚାର୍ଯ୍ୟଙ୍କ ବିରୋଧରେ ଅମ୍ବୋଲି ପୁଲିସ୍‌ ଏଫଆଇଆର ରୁଜୁ କରିଥିଲା। […]

Ganesh-acharya

Ganesh-acharya

Hemant Lenka
  • Published: Thursday, 23 June 2022
  • Updated: 23 June 2022, 08:08 PM IST

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ଫସିଥିବା ବଲିଉଡର ପ୍ରଖ୍ୟାତ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଆଜି ଜାମିନ ଆବେଦନର ଶୁଣାଣି ବେଳେ ନିଜେ ଗଣେଶ ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ। ଏହାପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟ ଜାମିନ ଦେଇଛନ୍ତି।

୨୦୨୦ ଫେବୃଆରୀ ମାସରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଗଣେଣ ଆଚାର୍ଯ୍ୟଙ୍କ ବିରୋଧରେ ଅମ୍ବୋଲି ପୁଲିସ୍‌ ଏଫଆଇଆର ରୁଜୁ କରିଥିଲା। ମହିଳାଙ୍କୁ ଡ୍ୟାନ୍ସ ଶିଖାଇବା ବାହାନାରେ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ତାଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ମେସେଜ ଓ ଅଶ୍ଳୀଳ ଭିଡିଓ ମଧ୍ୟ ପଠାଇଥିବା ମହିଳା ଜଣଙ୍କ ଏଫଆଇଆରରେ ଉଲ୍ଲେଖ କରିଥିଲେ। ଏହି ଏଫଆଇରରେ ଦୁଇ ଜଣ ମହିଳା ଜୟଶ୍ରୀ ଓ ପ୍ରୀତିଙ୍କ ନାଁ ମଧ୍ୟ ରହିଥିଲା। ଉଭୟ ଗଣେଶ ଆଚାର୍ଯ୍ୟଙ୍କ କଥାରେ ଅଭିଯୋଗକାରୀ ମହିଳାଙ୍କୁ ଜାନୁଆରୀ ୨୬ରେ ମାଡ଼ ମାରିଥିବା କୁହାଯାଇଥିଲା। ୨୦୨୦ରେ ଅଭିଯୋଗ ସାମ୍ନାକୁ ଆସିବା ପରେ ପୂରା ବିଲିଉଡରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଆଜି ଗଣେଶ ଆଚାର୍ଯ୍ୟଙ୍କୁ ଜାମିନ ମିଳିବା ପରେ ମାମଲା ସାମାନ୍ୟ ଥଣ୍ଡା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos