Gangster Lawrence Bishnoi threaten Salman Khan
ପୁଣି ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଧମକ। ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ଥରେ ସଲମାନ ଖାନ୍ଙ୍କୁ ଧମକ ଦେଇଛି। ଏଥିସହ ସଲମାନଙ୍କୁ ତାଙ୍କ ହିସାବରେ ଜାବବ ଦେବ ବୋଲି ଖୋଲାଖୋଲି କହିଛି ଗ୍ୟାଙ୍ଗଷ୍ଟର। ଏହାକୁ ନେଇ ଏବେ ଚାରିଅ।।ଡେ ହଇଚଇ ଖେଳିଯାଇଛି।
ନିକଟରେ ଜେଲରେ ବନ୍ଦ ଥିବା ଲରେନ୍ସ ଏକ ସାକ୍ଷାତ୍କାରେ ସଲ୍ମାନ ଯଦି ତାଙ୍କ ସଂପ୍ରଦାୟକୁ କ୍ଷମା ନମାଗନ୍ତି ତେବେ ପରିସ୍ଥିତି ଭୟାବହ ହେବ ବୋଲି ରୋକଠୋକ କହିଛି। ସଲମାନ ଖାନ୍ ଆମ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ହେଲେ ସେ ଏଯାଏ କ୍ଷମା ମାଗିନାହାନ୍ତି। ଯଦି ସେ କ୍ଷମା ନମାଗନ୍ତି ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ। ଆମେ କୋର୍ଟ କିମ୍ବା ଆଉ କାହା ଉପରେ ନିର୍ଭର କରିବୁ ନାହିଁ। ଯଦି ସେ କ୍ଷମା ନମାଗିବେ ତେବେ ଆମେ ତାଙ୍କର ଅହଂକାର ଭାଙ୍ଗିବୁ ବୋଲି ଲରେନ୍ସ ବିଷ୍ଣୋଇ ସାକ୍ଷାତକାରରେ କହିଛି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ମେ’ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ଜୁନ୍ ପ୍ରାରମ୍ଭରେ ଅଭିନେତା ସଲମାନ୍ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ହେଲେ ପୁଲିସ୍ ପଚରାଉଚରାରେ ଲରେନ୍ସ ସଲମାନଙ୍କୁ ଏହି ହତ୍ୟା ଧମକ ଦେଇଥିବା କଥାକୁ ଅସ୍ୱୀକାର କରିଥିଲା।
ଗତ ୧୨ ବର୍ଷ ହେଲା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ସଲମାନ। ବିଷ୍ଣୋଇ ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ପୂଜା କରନ୍ତି। ତେଣୁ ସଲମାନ୍ ଖାନ୍ କୃଷ୍ଣସାର ମୃଗ ହତ୍ୟା କରିବା ପରେ ସେ ଏହି ସମ୍ପ୍ରଦାୟର ଟାର୍ଗେଟକୁ ଚାଲି ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678885978.jpg)